ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ ଘଟଣା: ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡାଦେଶ

ବାଲିଗୁଡ଼ା,୫।୧୦.(ଡି.ଏନ୍‌.ଏ.): ଜଣେ ଦିନମଜୁରିଆ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ବିଚାରକରି ବାଲିଗୁଡ଼ା ଏସ୍‌ଡିଜେଏମ୍‌ ସୌମ୍ୟ ସ୍ବରୂପ ସାହୁ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗ୍ରାମର ଅଭିଯୁକ୍ତ ବିରୁପାକ୍ଷ ଦଣ୍ଡିଆଙ୍କୁ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୬ମାସ କାରାଦଣ୍ଡାଦେଶ ସହ ୨ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ୨୦୦୩ରେ ଏହି ଘଟଣା ଘଟିଥିଲା। ଯୁବତୀଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକ୍ରମେ ସାରଙ୍ଗଗଡ଼ ଥାନାରେ କେସ୍‌ ନଂ. ୧୮୯/୨୦୦୩ରେ ମାମଲା ରୁଜୁ ହୋଇଥିଲା।