Posted inଜାତୀୟ

ବିବାହରେ ବ୍ୟସ୍ତ ଥିବା ଯୋଗୁ ସଂସଦ ପହଞ୍ଚିଲେନି ନୁସରତ: ଟ୍ରୋଲର କହିଲେ କେବେ ନେବ ଶପଥ

କୋଲକାତା,୨୪।୬: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ଜୁନ ୧୯ରେ ତୁର୍କୀର ବୋଡ୍ରମ ସହରରେ ବିବାହ କରିଛନ୍ତି। ବିବାହ ସମୟର କିଛି ଫଟୋ ନୁସରତ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ କେତେକ ପ୍ରଶଂସକ ଶୁଭେଚ୍ଛା ଜଣାଇଥିବା ବେଳେ ଆଉ କେତେକ ତାଙ୍କୁ ସମାଲୋଚନା କରିଥିଲେ। ଲୋକ ସଭା ନିର୍ବାଚନ ପରେ ସଂସଦରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିବାହ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ନୁସରତ ସଂସଦରେ ପହଞ୍ଚି ନ ଥିବା ବେଳେ ଏମ୍‌ପି ଭାବେ ଶପଥ ଗ୍ରହଣ ମଧ୍ୟ କରିନାହାନ୍ତି। ଫଳରେ ତାଙ୍କ ଫଟୋରେ ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି ଆପଣଙ୍କ ପାଖରେ ବିବାହ ଓ ରିସେପଶନ୍‌ ପାଇଁ ସମୟ ଅଛି କିନ୍ତୁ ଏମ୍‌ପି ଭାବେ ଶପଥ ଗ୍ରହଣ କରିବାକୁ ସମୟ ନାହିଁ। ଏଭଳି ସ୍ଥଳରେ ଆପଣ ନିଜର ନିର୍ବାଚନମଣ୍ଡଳୀର କିଭଳି ଦାୟିତ୍ୱ ତୁଲାଇବେ। ଏଥିସହ ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯଦି ଆପଣ ଆଗରୁ ସଂସଦ ଅଧିବେଶନ ବିଷୟରେ ଜାଣିଥିଲେ ତାହେଲେ ବିବାହ ତାରିଖକୁ ଆଗକୁ ଘୁଞ୍ଚାଇଦେଲେନି କାହିଁକି। ସୂଚନାଯୋଗ୍ୟ, ନୁସରତ ଓ ନିଖିଲଙ୍କ ରିସେପଶନ୍‌ ଜୁଲାଇ ୫ରେ ଆୟୋଜନ କରାଯାଇଛି। ଏଥିରେ ଟଲିଉଡ୍‌ ଜଗତରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତି ମଧ୍ୟ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri