ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ ନିଆରା ପ୍ରଥା ରହିଛି। କନ୍ୟା ଘରେ ବର ପହଞ୍ଚିଲେ ଶାଶୁ ତାଙ୍କୁ ମଦ୍ୟପାନ କରାଇ ସ୍ବାଗତ କରିଥାନ୍ତି। ଏହାଦ୍ୱାରା କନ୍ୟାଘର ସଦସ୍ୟଙ୍କ ସହିତ ବରଙ୍କ ସମ୍ପର୍କ ଭଲ ରହିଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଏହି ଜନଜାତିରେ ବିବାହ ପୂର୍ବରୁ କନ୍ୟାକୁ ପବିତ୍ର କରିବା ପାଇଁ ଗରମ ପାଣିରେ ସ୍ନାନ କରାଯାଏ। ଏହାପରେ ବିବାହ ସମ୍ପନ୍ନ ହୋଇଥାଏ। ବିବାହ ଶେଷ ହେବା ପରେ ବରକନ୍ୟା ଗାଁର ଅନ୍ୟ ଲୋକଙ୍କ ସହିତ ମିଶି ମଦ୍ୟପାନ କରିବା ପରମ୍ପରା ରହିଛି। କୌଣସି ଲୋକଙ୍କର ମୃତ୍ୟୁ ଘଟିଲେ ବଇଗା ଜନଜାତିର ଲୋକେ ମଦ୍ୟପାନ କରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥାନ୍ତି।

Share