ବିବାହକୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଲଡ୍‌ ଷ୍ଟାରକିଡ୍‌ ସାରା ଅଲି ଖାଁ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ ଆଜ କଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏହାର ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେବା ଅବସରରେ କିଛି ପର୍ସନାଲ କଥା ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି। ବିବାହକୁ ନେଇ ତାଙ୍କୁ କିଛି ପ୍ରଶ୍ନ କରିବାରୁ ସେ ହସି ହସି କହିଥିଲେ ସେ ନ୍ୟୁୟର୍କରେ ଡେଷ୍ଟିନେଶନ ଓ୍ବେଡିଂ କରିବାକୁ ଚାହାନ୍ତି। ଅବଶ୍ୟ ଏକଥା ଅନେକ ଜାଣିଥିବେ ନ୍ୟୁୟର୍କ ସାରାଙ୍କୁ ବହୁତ ପସନ୍ଦ। ଅଧିକାଂଶ ସମୟ ସେ ଛୁଟି କାଟିବାକୁ ସେହିଠାକୁ ଯାଇଥାଆନ୍ତି। କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଧୁମ୍‌ଧାମରେ ନୁହେଁ ବରଂ ସାଧାରଣ ଭାବେ ସେ ନ୍ୟୁୟର୍କରେ ବିବାହ କରିବାକୁ ଇଚ୍ଛା ରଖିଛନ୍ତି। ସାରା ଓ କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେଶନସିପକୁ ନେଇ ସବୁବେଳେ ଆଲୋଚନା ହେଉଥିବା ବେଳେ ଏବେ ପ୍ରଥମ ଥର ଏହି ଲଭ ବାର୍ଡଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ।

Share