ବିବାହକୁ ନିମନ୍ତ୍ରଣ କରି ସାଙ୍ଗରେ ଚେୟାର, ସାଣ୍ଡଓ୍ବିଚ୍‌ ଆଣିବାକୁ କହିଲେ ଦମ୍ପତି

ସୋସିଆଲ ମିଡିଆରେ ଏକ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହେବାରେ ଲାଗିଛି। ଅତିଥିମାନେ ବିବାହରେ ଯୋଗଦେବେ କି ନାହିଁ ସେନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜଣାଇବା ପାଇଁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି। ଆଉ ଯଦି ନ ଜଣାନ୍ତି ତେବେ ସାଙ୍ଗରେ ଚେୟାର ଓ ନିଜ ପସନ୍ଦର ସାଣ୍ଡଓ୍ବିଚ୍‌ ଆଣିବାକୁ ଅନୁରୋଧ କରିଛନ୍ତି ଉକ୍ତ ଦମ୍ପତି। ସୂଚନାଯୋଗ୍ୟ, ନିମନ୍ତ୍ରଣ ପତ୍ର ପଠାଇଥିବା ଦମ୍ପତିଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ହେଲେ ୨୦୧୯ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ବିବାହରେ ଯୋଗଦେବେ କି ନାହିଁ ସେନେଇ ସୂଚନା ଦେବାକୁ କୁହାଯାଇଥିଲା। ଏହି ନିମନ୍ତ୍ରଣ ପତ୍ର ଭାଇରାଲ ହେବା ପରେ ବହୁ ୟୁଜର୍ସ ଏହାକୁ ବେଶ୍‌ ପସନ୍ଦ କରିବା ସହ ଏଥିରେ ହଜାରେରୁ ଊର୍ଦ୍ଧ୍ୱ କମେଣ୍ଟ ଆସିଥିବା ଜଣାପଡ଼ିଛି।

Share