ବିବାଦକୁ ଆସିଲା ‘ଛପାକ’

ମୁମ୍ବାଇ,୨୪।୧୨: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି। ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ ସେ ଲେଖିଛନ୍ତି ବୋଲି। ଏହାକୁ ନେଇ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାକେଶ କହିଛନ୍ତି ଏସିଡ୍‌ ଆଟାକ୍‌ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ଲେଖକ ଭାବେ ତାଙ୍କୁ ଶ୍ରେୟ ମିଳିବା ଦରକାର। ସୂଚନା ମୁତାବକ ରାକେଶ ଅଭିଯୋଗ କରିଛନ୍ତି କି ଏଥିପାଇଁ ସେ ଏକ ସ୍କ୍ରିପ୍ଟର କଳ୍ପନା କରିଥିଲେ। ଯାହାର ଶୀର୍ଷକ ଅସ୍ଥାୟୀ ଭାବେ ‘ବ୍ଲାକ୍‌ ଡେ’ ରଖାଯାଇଥିଲା। ଫେବୃୟାରୀ ୨୦୧୫ରେ ସେ ଇଣ୍ଡିଆନ୍‌ ମୋଶନ ପିକ୍ଚର୍ସ ପ୍ରଡ୍ୟୁସର ଆସୋସିଏଶନ ସହ ଏହାର ପଞ୍ଜୀକରଣ ମଧ୍ୟ କରିଥିଲେ ବୋଲି କହିଛନ୍ତି। ଏହାକୁ ନେଇ ସେ କାମ ଜାରି ରଖିବା ସହ କଳାକାର ଓ ପ୍ରଯୋଜକଙ୍କ ସହ କଥା ମଧ୍ୟ ହେଉଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଫକ୍ସ ଷ୍ଟାର ଷ୍ଟୁଡିଓ ମଧ୍ୟ ଏଥିରେ ସାମିଲ ଥିବା ସେ ଅଭିଯୋଗରେ କହିଛନ୍ତି।

Share