Categories: ବାଣିଜ୍ୟ

ବିପିସିଏଲ୍‌ର ଘରୋଇକରଣ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୩୦-୯: ଦେଶର ଦ୍ୱିତୀୟ ବୃହତ୍ତ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)ର ଘରୋଇକରଣ ନେଇ ସରକାର ଯୋଜନା ରଖିଛନ୍ତି। ଏହି ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ବିଦେଶୀ ଏବଂ ଘରୋଇ ଫାର୍ମଗୁଡିକୁ ଏହାର ବିକ୍ରି ନେଇ ଯୋଜନା ରହିଥିବା ବେଳେ ଏଥି ଲାଗି ସଂସଦର ମଞ୍ଜୁରୀ ଆବଶ୍ୟକତା ରହିଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶର ତୈଳ ବିପଣନ କ୍ଷେତ୍ରରେ ବିଦେଶୀ ସଂସ୍ଥାଙ୍କୁ ସୁଯୋଗ ପ୍ରଦାନ ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହନ ଦେବାକୁ ସରକାର ବିପିସିଏଲ୍‌ର ଥିବା ତାଙ୍କର ୫୩.୩% ଅଂଶଧନକୁ ଷ୍ଟ୍ରାଟେଜିକ ପାର୍ଟନରଶିପ ଦ୍ୱାରା ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ସେହିଭଳି ପୁଞ୍ଜି ପ୍ରତ୍ୟାହାର ଧାର୍ଯ୍ୟ ଲକ୍ଷ୍ୟର ଏକ ତୃତୀୟାଂଶ ଏଭଳି ଯୋଜନାରୁ ଲାଭ କରିବାକୁ ସରକାର ବିଚାର କରୁଛନ୍ତି।

Share