ବିପର୍ଯ୍ୟୟ ମୁକାବିଲା: ଓଡ଼ିଶାକୁ ମିଳିବ ୨୧ ଶହ କୋଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ ରାଜ୍ୟକୁ ୨୦୨୦-୨୧ ଆର୍ଥ୍‌ତ୍କବର୍ଷ ପାଇଁ ୨୧ ଶହ କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ସେଥିରୁ ୪୦ ପ୍ରତିଶତ ଅର୍ଥ ରିଲିଫ ଓ ଉଦ୍ଧାର ପାଇଁ ବ୍ୟବହାର କରାଯିବାକୁ ସ୍ଥିର ହୋଇଥିତ୍ବା ବେଳେ ୩୦ ପ୍ରତିଶତ ଜୀବନଜୀବିକା ଓ ଥଇଥାନ ଏବଂ ୧୦ ପ୍ରତିଶତ ଦକ୍ଷିତା ବୃଦ୍ଧି ଦିଗରେ ଖର୍ଚ୍ଚ କରାଯିବ। ତେବେ ଦୀର୍ଘ ଦିନର ଦାବି ପରେ ପ୍ରଥମ ଥର ପାଇଁ କମିଶନ ସେହି ଅର୍ଥରୁ ୨୦ ପ୍ରତିଶତ ପ୍ରାକୃତିକ ବିପଯର୍ର୍‌ୟୟ ମୁକାବିଲା ଦୀର୍ଘମିଆଦୀ ଯୋଜନା ସକାଶେ ଖର୍ଚ୍ଚ କରିବାକୁ ସୁପାରିସ କରିଛନ୍ତି। ଏ ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ଓଡିଶାକୁ ମିଳିବ ବୋଲି ସୂଚନା ମିଳିଛି।
ସବୁ ସମୟରେ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟର ଭୟ ରହିଛି। ଲୋକମାନଙ୍କୁ ବିପର୍ଯ୍ୟୟ ସମୟରେ ବଞ୍ଚାଇବା ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି। ସୁନାମି ଆଉ ଏକ ବିପତ୍ତି ଭାବେ ଉଭା ହେଲାଣି। ସୁନାମି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକର ସମୁଦ୍ରକୂଳିଆ ଲୋକମାନଙ୍କ ପାଇଁ ଏକ ବିଷମ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେହି ଲୋକମାନଙ୍କୁ ସୁନାମି ଭଳି ପ୍ରାକୃତିକ ବିପତ୍ତିରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସଡିଏମଏ) ଉପକୂଳବର୍ତ୍ତୀ ୬ଟି ଜିଲାର ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସୁନାମି ପ୍ରବଣ ୬ଟି ଜିଲା ହେଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କଟକ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା। ଉକ୍ତ ଜିଲାଗୁଡିକର ୩୨୨ଟି ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୨୨ ବିଡିଓ, ଭିଏଲଡବ୍ଲ୍ୟୁ, ଗ୍ରାମର ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଗ୍ରାମବାସୀ, ଓ୍ବାର୍ଡ ମେମ୍ବର, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଆଦିଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବଶ୍ରୀଘ୍ର ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ନିକଟରେ ୟୁନେସ୍କୋ ଏବଂ ଭାରତ ସରକାରଙ୍କ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସନ ଇନଫରମିଂ ସିଷ୍ଟମ(ଆଇଏନସିଓଆଇଏସ) ପକ୍ଷରୁ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବକ୍ସିପାଲି(ଭେଙ୍କଟରାୟପୁର) ଏବଂ ଜଗତ୍‌ସିଂହପୁର ଜିଲା ନୋଳିଆ ସାହି ପଞ୍ଚାୟତର ଗଡ ହରିଶପୁର ଗ୍ରାମକୁ ସୁନାମୀ ପ୍ରସ୍ତୁତି ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଏହି ଦୁଇଟି ଗ୍ରାମକୁ ୟୁନେସ୍କୋ ପକ୍ଷରୁ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ଘୋଷଣା କରାଯିବ। ମୋବାଇଲ ଏସ୍‌ଏମ୍‌ଏସ୍‌, ଡିଜିଟାଲ ରେଡିଓ ଏବଂ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସୁନାମି ଆସିବା ପୂର୍ବରୁ ସତର୍କ ସୂଚନା ଦିଆଯିବ। ଏହି ଖବର ପାଇବା ମାତ୍ରେ ଲୋକମାନେ କେଉଁ ସ୍ଥାନକୁ ଯିବେ ସେ ନେଇ ତାଲିମ ଦିଆଯାଇଛି। ଆଇଏନ୍‌ସିଓଆଇଏସ୍‌ ସୁନାମି ସୂଚନା ଦେବା ମାତ୍ରେ ସାଇରନ ବାଜି ଉଠିବ। ଏହାର ଶବ୍ଦ ପ୍ରାୟ ଦେଢ କିଲୋମିଟର ଯାଏ ଶୁଣାଯିବ। ଏହି ଶବ୍ଦ ଶୁଣିବାମାତ୍ରେ ତାଲିମପ୍ରାପ୍ତ ଲୋକମାନେ ଅନ୍ୟ ଲୋକମାନଙ୍କୁ ସତର୍କ କରାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବେ। ଆଇଏନ୍‌ସିଓଆଇଏସ୍‌କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ରାଜ୍ୟ ଆଇଏମ୍‌ଡି ଆଞ୍ଚଳିକ ଶାଖାକୁ ସୂଚନା ଆସିବ। ରାଜ୍ୟ ସରକାରଙ୍କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ସୁନାମି ପ୍ରବଣ ଜିଲା, ବ୍ଲକ, ପଞ୍ଚାୟତଗୁଡିକୁ ତତ୍‌କ୍ଷଣାତ୍‌ ସୂଚନା ଜଣାଇ ଦିଆଯିବ। ଏହା ଏକ ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡିବ।
ସୋମବାର ଏଠାରେ ଏକ ଆଞ୍ଚଳିକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଯୋଗ ଦେଇ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟ ପାଇଁ ଅନେକ ସମୟରେ ବାତ୍ୟା ଭୟ ରହିଛି। ୧୯୯୯ ମହାବାତ୍ୟାରେ ରାଜ୍ୟରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବିପର୍ଯ୍ୟୟ ମୁକାବିଲା ନେଇ ଅନେକ ପଦକ୍ଷେପ ନିଆଯାଇଛି। ଅଧିକରୁ ଅଧିକ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏନଡିଏମଏ) ମେମ୍ବର ସେକ୍ରେଟାରୀ ଜି.ଭି ଭି. ଶର୍ମାଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri