Categories: ଜାତୀୟ

ବିପର୍ଯ୍ୟୟ ପରିଚାଳନା ଲାଗି କଣ୍ଟ୍ରୋଲ୍‌ ରୁମ୍‌

ନୂଆଦିଲ୍ଲୀ,୩ା୧୦(ଆଇଏଏନ୍‌ଏସ୍‌): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇବାରେ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡିକ ବିଳମ୍ବ କରୁଥିବାରୁ ବହୁ ଜୀବନ ହାନି ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ସଂସ୍ଥାଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ସରକାର ସମନ୍ବିତ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିଛନ୍ତି। ଗତ ସପ୍ତାହରେ ବିହାର ବନ୍ୟା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ବିପନ୍ନଙ୍କ ପାଖରେ ପହଞ୍ଚତ୍ବାରେ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡିକ ବିଳମ୍ବ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ବନ୍ୟା ସ୍ଥିତି ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ବର୍ଷା ଓ ବନ୍ୟାରେ ୧୬୩୩ଜଣ ପ୍ରାଣ ହରାଇଥିବାବେଳେ ୨୦,୬୧୩ ଗ୍ରାମର ୧.୫୯ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨.୩୦ ଲକ୍ଷରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରାଯାଇଛି। ଜୟସିଂ ମାର୍ଗସ୍ଥିତ ନୂଆଦିଲ୍ଲୀ ସିଟି ସେଣ୍ଟର-୨ ଟାଓ୍ବାରରେ ଏହି ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏହାର ଅତିରିକ୍ତ ପ୍ରକୋଷ୍ଠ ନର୍ଥ ବ୍ଲକରେ ରହିଛି।

Share