ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ: ଭରା ନଦୀରେ ଧୋଉଛନ୍ତି ବାସନ

ନୟାଗଡ଼ ଅଫିସ,୯।୭-ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ । ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ ଭରା ନଦୀକୁ ବାସନ ଧୋଇବାକୁ ଯାଉଛନ୍ତି ସେମାନେ। ଦିନ ନୁହେଁ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକେରା ଆବାସିକ ଉଚ୍ଚ ବିଦ୍ୟାଳୟରେ। କୋମଳମତି ଛାତ୍ରୀଛାତ୍ରମାନେ ସ୍କୁଲଠାରୁ ୫ଶହ ମିଟର ଦୂର ବୃତ୍ତଙ୍ଗ ନଦୀକୁ ନିଜର ଅଇଁଠା ବାସନ ନେଇ ଧୋଇବାକୁ ଯାଉଛନ୍ତି।
ପ୍ରକାଶ ଯେ, ଦଶପଲ୍ଲା ଟାକେରା ଆବାସିକ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଛାତ୍ରୀଛାତ୍ର ପଢନ୍ତି। ବିଦ୍ୟାଳୟରେ ୩ଟି ନଳକୂପ ଅଛି। ସେଥି ମଧ୍ୟରୁ ଦୁଇଟି ଆଂଶିକ ଅଚଳ ହୋଇପଡିଥିବାବେଳେ ଗୋଟିଏ କାର୍ଯ୍ୟକ୍ଷମ ହେଉଛି। ଗୋଟିଏ ନଳକୂପରୁ ଛାତ୍ରୀଛାତ୍ରମାନେ ପାଣି ପିଇବା ସହ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରେ ଲାଗିଥାଏ। ଅବଶିଷ୍ଟ ଦୁଇଟି ନଳକୂପରେ ୧୫ ମିନିଟ ହ୍ୟାଣ୍ଡେଲ ମାରିଲା ପରେ ବହୁ କଷ୍ଟରେ ପାଣି ବାଲଟିଏ ବାହାରିଥାଏ। ଫଳରେ ଦୂରରେ ବହିଯାଉଥିବା ବୃତ୍ତଙ୍ଗ ନଦୀ ଏହାର ବିକଳ୍ପ ପାଲଟିଥାଏ। ବର୍ଷା ଯୋଗୁ ଏବେ ନଦୀରେ ଜଳ ଭରି ରହିଛି । ଛାତ୍ରୀଛାତ୍ରମାନେ କେବଳ ନଦୀରେ ବାସନ ଧୋଉଛନ୍ତି ତାହା ନୁହେଁ ସେଠାରେ ଗାଧୋଉଥିବା ମଧ୍ୟ ଜଣାଯାଇଛି। ଫଳରେ ପ୍ରତିଦିନ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ ବାଜିରେ ଲାଗିଥିବା ନେଇ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନନ କିଶୋର ଭୋଇଙ୍କୁ ପଚାରିବାରୁ ସେ କୁହନ୍ତି ବିଦ୍ୟାଳୟରେ ପାଣିର ଅଭାବ ଥିବାରୁ ପିଲାମାନଙ୍କୁ ବାସନ ଧୋଇବା ପାଇଁ ନଦୀକୁ ପଠାଯାଉଛି। ପିଲାମାନେ ଗଲାବେଳେ ସେମାନଙ୍କୁ ସେଠାରେ ଜଗିବା ପାଇଁ ୨ ଜଣ ରୋଷେୟା ଯାଉଛନ୍ତି। ପାଣିର ଅଭାବ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ସୋମବାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର କିଛି କର୍ମଚାରୀ ଆସି ବିଦ୍ୟାଳୟରେ ପାଣି ପରୀକ୍ଷା କରିବା ସହ ସ୍ଥିତି ଦେଖି ଯାଇଥିବା ପ୍ରଧାନ ଶିକ୍ଷକ ଭୋଇ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri