ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ କାନାଡ଼ା ଆଡ଼କୁ ଧୀରେଧୀରେ ବଢ଼ିବାରେ ଲାଗିଥିବା କୁହାଯାଉଛି। ଏହି ହିମଖଣ୍ଡର ଆକାର ୧୫୦ଟି ଜାହାଜ ସଦୃଶ ହେବ। ଏନେଇ ଜଣେ ନାବିକ ଗେରାଇ ମକାଓ୍ବ ସୂଚନା ଦେଇଛନ୍ତି। ମକାଓ୍ବଙ୍କ ସୂଚନା ପରେ ପରିବେଶ ବିଜ୍ଞାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି ତରଳୁଥିବା ହିମଖଣ୍ଡ ଯୋଗୁ କାନାଡ଼ାର ଉପକୂଳ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି।

Share