ବିପଦ୍‌ ଅବସ୍‌ତାରେ କେଗାଁ ସ୍ବାସ୍ଥ୍ୟକେନ୍ଦ୍ର କୁଠା

କେଗାଁ, ୨୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛେ କେଗାଁ ପ୍ରାଥମିକ ସ୍ବାସ୍ଥ୍ୟ ଉପକେନ୍ଦ୍ର। ଉପକେନ୍ଦ୍ରଟା ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ଇଠାନେ କାମ୍‌ କରୁଥିବାର ସୁଆସ୍‌ତିଅ କରମୀ ଝନ୍‌କ ନିଜର ଜୀବନ୍‌କେ ପାଏନ୍‌ ଛଡ଼େଇ ଇ ଦଦ୍‌ରା ଘରେ ରହୁଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ଇ ସ୍ବାସ୍ଥ୍ୟ ଉପକେନ୍ଦ୍ରର କୁଠାଟା ୩୫ ବଛର ପୁରନା। ଆଏଜ୍‌କେ ୫ ବଛର ତଲେ ଘରଟାକେ ବିପଦ ବଲି ବିଭାଗ ତରଫୁ ଘୋଷନା କରାଯାଇଛେ। କୁଠାର ଭିତ୍‌ରି ଫାଲର ଛାତ୍‌ରୁ ଭିନେ ଭିନେ ସମିଆରେ ଚକ୍‌ଡ଼ା ଚକ୍‌ଡ଼ା ସିମେଟ ପଲସ୍‌ତର ଛାଡ଼ି ଲୁହା ଛଡ଼୍‌ ଜଲ୍‌ଜଲ୍‌ ଦିଶୁଛେ। ବରଷା ଦିନେ ଇ ସମସିଆଟା ଦୁଇଗୁନା ହେଇଯାଉଛେ, ଛାତୁ ଅନବରତ ପାଏନ୍‌ ଗଲୁଛେ। ଛାତ୍‌ରେ ତାରପଲିନ୍‌ ଢପା ହେଇଥିଲେ ବି ସେଟା ଖରାବରଷା ଖାଇ ଖରାପ ହେଇଯାଉଛେ। ଇ ବିପଦ୍‌ ଅବସ୍‌ତାରେ ଥିବାର କୁଠାରେ ଜୀବନ୍‌କେ ପାଏନ୍‌ ଛଡ଼େଇ ସୁଆସ୍‌ତିଅ କରମୀ ଝନ୍‌କ ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଆସୁଛନ୍‌। ହେଲେ କେତେବେଲେ କେନ୍‌ପରକାର ଅଘଟନ ଘଟି ଧନ୍‌ ଜୀବନ୍‌ର କ୍ଷୟକ୍ଷତି ହେବା କିଛି କହି ନାଇଁହୁଏ ବଲି ସୁଆସ୍‌ତିଅ କରମୀ ସ୍ବର୍ଣ୍ଣଲତା ମଲ୍ଲିକ କହିଛନ୍‌। ଇ ବାବ୍‌ଦେ ବାରବାର ଉଚ କତୁରପକ୍ଷକୁଁ କୁହାଯାଉଥିଲେ ବି ନୂତନ କୁଠା ତିଆର କି ଇତାର ବିକଲ୍‌ପ ଦିଗେ ପଦକ୍ଷେପ ନାଇଁ ନିଆଯିବାର ବଲି କରମୀ ଝନ୍‌କ କହିଛନ୍‌। ଇଆଡ଼େ କେଗଁାରେ ଘର ଭଡ଼ା ନାଇଁ ମିଲବାର ଲାଗି କରମୀ ଝନ୍‌କ ଉପେ ଶୂଇନ୍‌ ହେଇ ଇ ଦଦ୍‌ରା କୁଠାରେ ରହୁଛନ୍‌। ସେନ୍‌ତା ସ୍ବାସ୍ଥ୍ୟ ବିଭାଗ ତରଫୁ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କୋଟି କୋଟି ଟଁକା ଖରଚ୍‌ରେ ନୂତନ କୁଠା ତିଆର ହେଇଛେ। ହେଲେ ସେ ସବୁ ଭୁତକୁଠି ଲେଖେଁ ପଡ଼ିରହିଥିଲାବେଲେ ଯେନ୍‌ଠାନେ ନିହାତି ଦରକାର ଅଛେ ସେଠାନେ କୁଠାର ଅଭାବ ରହିଛେ। ଇ ଘଟନାକେ ନେଇ ଦିନୁ ଦିନ୍‌କେ ଅଂଚଲବାସୀକର ଭିତରେ ଅସନ୍‌ତୋଷ ଭାବ ବଢ଼ତେଲ ଯାଉଛେ। ଇ ଦିଗେ ଜିଲା ପରଶାସନ ଆର ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ଉପକେନ୍ଦ୍ରର ଲାଗି ନୂତନ କୁଠା ତିଆରି ଦିଗେ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri