ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ବନ୍ତଳା, ୭ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଦୀର୍ଘ ୧୫ ଦିନ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ରହିଛି। କାଳବୈଶାଖୀରେ ଏହି ଖୁଣ୍ଟ ମୂଳରୁ ଅଧା ଭାଙ୍ଗି ଯାଇଥିଲେ ଏହାକୁ ସେଠାରୁ ହଟାଯାଉନାହିଁ। ଗୋଟିଏ ପଟକୁ ନଇଁ ପଡିଥିବା ଖୁଣ୍ଟଟି ଯେ କୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ଆଶଙ୍କାରେ ରହିଛନ୍ତି କଲେଜ ଛାତ୍ରୀଛାତ୍ର। ଏ ନେଇ ସେସୁ, ଏନ୍‌ଜେନ ନିକଟରେ ଅଭିଯୋଗ ସତ୍ତ୍ୱେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଦୈନିକ ହଜାର ହଜାର ଲୋକେ କଲେଜ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରୁଛନ୍ତି। ହେଲେ ପ୍ରାୟ ୧୫ ଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବା ଖୁଣ୍ଟକୁ ସେଠାରୁ ହଟାଯାଉନାହିଁ। ଫଳରେ କୌଣସି ସମୟରେ ଖୁଣ୍ଟ ପଡି କ୍ଷୟକ୍ଷତି ହେବାର ଆଶଙ୍କା ଥିଲେ ହେଁ ବିଦ୍ୟୁତ କର୍ତ୍ତୃପକ୍ଷ ଚୁପ ହୋଇ ବସି ରହିଛନ୍ତି। ଏ ନେଇ ସେସୁ ଓ ଏନ୍‌ଜେନର କନିଷ୍ଠ ଯନ୍ତ୍ରୀଙ୍କ ସମେତ ଏନଜେନ ଅନୁଗୋଳ ଜିଲାର ମୁଖ୍ୟଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହାକୁ ସେଠାରୁ ହଟାଯାଇ ନୂତନ ଖୁଣ୍ଟ ପୋତାଯିବାକୁ ଦାବି ହୋଇଛି।
କେବଳ କଲେଜ ନିକଟରେ ନୁହେଁ, ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକ ବିପଦ ସଙ୍କୁଳରେ ଥିବା, ପୁରୁଣା ତାରରେ ବିଦ୍ୟୁତ ସଂଯୋଗ, ଅଘୋଷିତ ବିଦ୍ୟୁତ୍‌ କାଟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ବିଲ୍‌ ଆଦାୟକୁ ଗୁରୁତ୍ୱ ନ ଦେଇ ଉପଭୋକ୍ତାଙ୍କୁ ଠିକ୍‌ ଭାବେ ସେବା ପ୍ରଦାନ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ସେସୁ ବିଭାଗର ବନ୍ତଳା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିର୍ମଳ କୁମାର ମହନ୍ତ କୁହନ୍ତି, ବାରମ୍ବାର ଶରଧାପୁରଠାରେ ୩୩ କେଭି ତାରରେ ଜାଣିଶୁଣି ଦୁର୍ବୃତ୍ତମାନେ ଚେନ ପକାଇ ଅସୁବିଧା କରୁଥିଲେ ହେଁ ଅନୁଗୋଳ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏଲ୍‌ଟି ଲାଇନ, ବିଦ୍ୟୁତ୍‌ ଖୁଣ୍ଟ ବାବଦରେ ଏନ୍‌ଜେନ ଦାୟିତ୍ୱ ନେଇଛି। ଏ ବିଷୟରେ ଏନଜେନ ଜିଲା ମୁଖ୍ୟ ଚିତ୍ତରଞ୍ଜନ ରାଉତ କୁହନ୍ତି, କଲେଜ ନିକଟରେ ଖୁଣ୍ଟ ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି। ସେଠାରେ ତୁରନ୍ତ ବିଦ୍ୟୁତ ଖୁଣ୍ଟ ପୋତାଯିବ। ଏ ନେଇ ସ୍ଥାନୀୟ ଜେଇଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri