ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ବନ୍ତଳା, ୭ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଦୀର୍ଘ ୧୫ ଦିନ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ରହିଛି। କାଳବୈଶାଖୀରେ ଏହି ଖୁଣ୍ଟ ମୂଳରୁ ଅଧା ଭାଙ୍ଗି ଯାଇଥିଲେ ଏହାକୁ ସେଠାରୁ ହଟାଯାଉନାହିଁ। ଗୋଟିଏ ପଟକୁ ନଇଁ ପଡିଥିବା ଖୁଣ୍ଟଟି ଯେ କୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ଆଶଙ୍କାରେ ରହିଛନ୍ତି କଲେଜ ଛାତ୍ରୀଛାତ୍ର। ଏ ନେଇ ସେସୁ, ଏନ୍‌ଜେନ ନିକଟରେ ଅଭିଯୋଗ ସତ୍ତ୍ୱେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଦୈନିକ ହଜାର ହଜାର ଲୋକେ କଲେଜ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରୁଛନ୍ତି। ହେଲେ ପ୍ରାୟ ୧୫ ଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବା ଖୁଣ୍ଟକୁ ସେଠାରୁ ହଟାଯାଉନାହିଁ। ଫଳରେ କୌଣସି ସମୟରେ ଖୁଣ୍ଟ ପଡି କ୍ଷୟକ୍ଷତି ହେବାର ଆଶଙ୍କା ଥିଲେ ହେଁ ବିଦ୍ୟୁତ କର୍ତ୍ତୃପକ୍ଷ ଚୁପ ହୋଇ ବସି ରହିଛନ୍ତି। ଏ ନେଇ ସେସୁ ଓ ଏନ୍‌ଜେନର କନିଷ୍ଠ ଯନ୍ତ୍ରୀଙ୍କ ସମେତ ଏନଜେନ ଅନୁଗୋଳ ଜିଲାର ମୁଖ୍ୟଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହାକୁ ସେଠାରୁ ହଟାଯାଇ ନୂତନ ଖୁଣ୍ଟ ପୋତାଯିବାକୁ ଦାବି ହୋଇଛି।
କେବଳ କଲେଜ ନିକଟରେ ନୁହେଁ, ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକ ବିପଦ ସଙ୍କୁଳରେ ଥିବା, ପୁରୁଣା ତାରରେ ବିଦ୍ୟୁତ ସଂଯୋଗ, ଅଘୋଷିତ ବିଦ୍ୟୁତ୍‌ କାଟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ବିଲ୍‌ ଆଦାୟକୁ ଗୁରୁତ୍ୱ ନ ଦେଇ ଉପଭୋକ୍ତାଙ୍କୁ ଠିକ୍‌ ଭାବେ ସେବା ପ୍ରଦାନ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ସେସୁ ବିଭାଗର ବନ୍ତଳା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିର୍ମଳ କୁମାର ମହନ୍ତ କୁହନ୍ତି, ବାରମ୍ବାର ଶରଧାପୁରଠାରେ ୩୩ କେଭି ତାରରେ ଜାଣିଶୁଣି ଦୁର୍ବୃତ୍ତମାନେ ଚେନ ପକାଇ ଅସୁବିଧା କରୁଥିଲେ ହେଁ ଅନୁଗୋଳ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏଲ୍‌ଟି ଲାଇନ, ବିଦ୍ୟୁତ୍‌ ଖୁଣ୍ଟ ବାବଦରେ ଏନ୍‌ଜେନ ଦାୟିତ୍ୱ ନେଇଛି। ଏ ବିଷୟରେ ଏନଜେନ ଜିଲା ମୁଖ୍ୟ ଚିତ୍ତରଞ୍ଜନ ରାଉତ କୁହନ୍ତି, କଲେଜ ନିକଟରେ ଖୁଣ୍ଟ ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି। ସେଠାରେ ତୁରନ୍ତ ବିଦ୍ୟୁତ ଖୁଣ୍ଟ ପୋତାଯିବ। ଏ ନେଇ ସ୍ଥାନୀୟ ଜେଇଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri