ବିପଦପୂର୍ଣ୍ଣ ଅବସ୍ଥାରେ ଘାଟି ରାସ୍ତା

କେନ୍ଦୁଝର,୨୬ା୨(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ ନୁଦୁରପଡାଠାରୁ ଖରବା ଦେଇ ତେଲକୋଇ ବ୍ଲକର କାଳିଆହୋତା ପର୍ଯ୍ୟନ୍ତ ବଣଜଙ୍ଗଲ ଓ ପର୍ବତମାଳା ଦେଇ ଦୀର୍ଘ ପ୍ରାୟ ୫୦ କି.ମି. ରାସ୍ତାର ଉନ୍ନତୀକରଣ କରାଗଲେ ଦୁର୍ଗମ ଆଦିବାସୀବହୁଳ ବହୁ ଗ୍ରାମର ବିକାଶ ହେବା ସହ କେନ୍ଦୁଝର ଜିଲାରୁ ଢେଙ୍କାନାଳ ଜିଲାର କାମାକ୍ଷନଗର ଦେଇ ଅନ୍ୟାନ୍ୟ ଜିଲାକୁ ଯାତାୟାତ ସୁଗମ ହୋଇଯିବ। ଏହି ରାସ୍ତାକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ ପରିକଳ୍ପନା କରାଯାଇ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାମ ଚାଲିଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ କାମର ମାନ ଠିକ୍‌ ହେଉନାହିଁ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସୁଧୁରୁ ନାହିଁ। ଫଳରେ ଯାତାୟାତ ନିରାପଦ ହେଉନାହିଁ। ଏହି ରାସ୍ତାକୁ ଭାଗ ଭାଗ କରାଯାଇ ବିଭିନ୍ନ ସ୍ଥାନରେ କାମ ଚାଲୁଛି। ଅନେକ ସ୍ଥାନରେ ନିମ୍ନମାନର କାମ ଯୋଗୁ ରାସ୍ତା ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ରାସ୍ତାକଡ ଗୁଡିକ ଠିକ୍‌ ଭାବେ କାମ ହୋଇ ନ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ବର୍ଷ ବର୍ଷ ଧରି ରାସ୍ତା, କଲଭର୍ଟ, ପୋଲ ଆଦି କାମ ଅସମ୍ପୂର୍ଣ୍ଣ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଓ ସତର୍କତା ସୂଚନା ଦିଆଯାଇ ନ ଥିବାରୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ମତବ୍ୟକ୍ତ କରୁଛନ୍ତି। ଶୋଚନୀୟ ରାସ୍ତା ଯୋଗୁ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଗାଡି ଯାତାୟାତ କରିପାରୁନାହିଁ। ଫଳରେ ବନବାସୀ ମାନେ ଜିଲା ମୁଖ୍ୟାଳୟ ତଥା ସହରାଞ୍ଚଳକୁ ଯାଇ ସେମାନଙ୍କ ସଂଗୃହୀତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରିପାରୁ ନ ଥିବା କହିଛନ୍ତି। ସେହିପରି ପାହାଡ କଟା ଯାଇ ଘାଟି ରାସ୍ତା ନିର୍ମାଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ କାମ ଠିକ୍‌ ଭାବରେ ହେଉ ନ ଥିବା ଅଭିଯୋଗ ହେଉଛି । ଏଣୁ ଘାଟି ରାସ୍ତାଟି ଅସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡିଛି । ଏଣୁ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି । ସୁଉଚ୍ଚ ପାହାଡରୁ ଅଙ୍କାବଙ୍କା ରାସ୍ତାରେ ତଳକୁ ଯିବାକୁ ପଡିଥାଏ। ତେବେ ଅନେକ ସ୍ଥାନର ରାସ୍ତାକଡରେ କୌଣସି ସୁରକ୍ଷାବାଡ ବା ବୁଲାଇବା ସ୍ଥାନରେ ପ୍ରଶସ୍ତ ସ୍ଥାନ ନ ଥିବାରୁ ବିପଦ ଆଶଙ୍କା ରହିଛି। ବର୍ଷା ଯୋଗୁ ପାଣି ଗଡି ରାସ୍ତା ଧୋଇଯାଇଥିବାରୁ ପଥର ଓ ଖାଲଖମା ଭରିଯାଇଥିବାରୁ ଘାଟି ରାସ୍ତା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ରାସ୍ତା କଡରେ ବହୁ ଜୁଆଙ୍ଗ, ଭୂୟାଁ, ମୁଣ୍ଡା ଆଦି ଗ୍ରାମ ରହିଥିବାରୁ ସେମାନଙ୍କ ସରଳତାର ସୁଯୋଗ ନେଇ ଠିକାଦାର, କାଠ ମାଫିଆ ଓ ଶିକାରୀମାନେ ନିଜର ପତିଆରା ମେଲାଇ ନିମ୍ନମାନର କାମ କରୁଥିବା, ଜଙ୍ଗଲ କାଟି ଚୋରା ଚାଲାଣ ଓ ପଶୁ ଶିକାର କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ମତବ୍ୟକ୍ତ କରୁଛନ୍ତି । ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ କରି ପିଚୁ/ କଙ୍କ୍ରିଟ କରାଗଲେ ଯାତାୟାତ ଉପଯୋଗୀ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri