Categories: ଜାତୀୟ

ବିନୋଦ ଦୁଆଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୧୫ା୬: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟ ରବିବାର ଏକ ଦେଶଦ୍ରୋହ ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ୟୁ.ୟୁ. ଲଲିତ, ଏମ୍‌.ଏମ୍‌. ଶନ୍ତାନାଗୌଡ଼ାର ଓ ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ସ୍ବତନ୍ତ୍ର ଶୁଣାଣି କରି ତଦନ୍ତ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ତେବେ ବିନୋଦଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ୨୪ ଘଣ୍ଟା ସମୟ ଦେବା ଲାଗି ହିମାଚଳ ପ୍ରଦେଶ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜୁଲାଇ ୬ ପର୍ଯ୍ୟନ୍ତ ବିନୋଦଙ୍କୁ ଗିରଫ କରାଯାଇ ପାରିବ ନାହିଁ।
ବିନୋଦଙ୍କ ୟୁଟ୍ୟୁବ୍‌ ଶୋ’କୁ ନେଇ ଶିମଲାର ଭାଜପା ନେତା ନୀବନ କୁମାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ପାଇବା ପାଇଁ ‘ମୃତ୍ୟୁ ଓ ଆତଙ୍କବାଦୀ ଆକ୍ରମଣଗୁଡ଼ିକୁ’ ବ୍ୟବହାର କରୁଛନ୍ତି ବୋଲି ସେ ଏଥିରେ ଦର୍ଶାଇଥିଲେ। ଉକ୍ତ ମାମଲାକୁ ଖାରଜ କରିବା ପାଇଁ ବିନୋଦ ସର୍ବୋଚ୍ଚ ଅଦାଲତରେ ଏକ ପିଟିଶନ ଦାଏର କରିଥିଲେ।

Share