ବିନା ସୁରକ୍ଷାରେ ଚାଲିଛି ମରାମତି

ଭୁବନେଶ୍ୱର,୨୪।୭(ବ୍ୟୁରୋ) – ବାତ୍ୟା ଫନୀରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ବହୁ କ୍ଷୟକ୍ଷତି ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟକରି ନୂଆ ରୂପ ନେଇଥିଲା ଷ୍ଟେଶନ ପରିସର। ଏବେ ଫୁଟ ଓଭରବ୍ରିଜ ନିର୍ମାଣ ଓ ପ୍ଲାଟଫର୍ମର କେତେକ ଟିଣଗୁଡିକ ମରାମତି ଚାଲିଛି। କିନ୍ତୁ ମରାମତି କରୁଥିବା କର୍ମଚାରୀମାନେ ବିପଜ୍ଜନକ ଭାବେ କାର୍ଯ୍ୟ କରୁଥିବାର ମଙ୍ଗଳବାର ଦେଖିବାକୁ ମିଳିଛି। ଗତ୧୫ ଦିନ ହେବ ବିଭିନ୍ନ ପ୍ଲାଟଫର୍ମଗୁଡିକର ଟିଣ ଛାତ ମରାମତି ଚାଲିଛି। ମଙ୍ଗଳବାର ସାଢ଼େ ୧୨ଟା ସମୟରେ ପ୍ଲାଟଫର୍ମ ନଂ.୪ରେ ଧାରଣା ଆଡକୁ ଢଳି ରହିଥିବା ଟିଣଗୁଡିକୁ ଖୋଲାଯାଉଥିଲା। କାମରେ ଲାଗିଥିବା ୪ଜଣ କର୍ମଚାରୀ କୌଣସି ସୁରକ୍ଷା ଉପକରଣ ବିନା କାମ କରୁଥିଲେ। ପିନ୍ଧିବା ତ ଦୂରର କଥା ଏପରିକି ପାଖରେ ମଧ୍ୟ କିଛି ସୁରକ୍ଷା ସାମଗ୍ରୀ ରଖି ନ ଥିଲେ। ନା ମୁଣ୍ଡରେ ହେଲମେଟ, ନା ପାଦରେ ଜୋତା ଥିଲା କି ଦେହରେ ଜ୍ୟାକେଟ ଖଣ୍ଡିଏ ବି ପଡ଼ି ନ ଥିଲା। ଏଥିସହ ସେଠାରେ ରେଳ ବିଭାଗର କୌଣସି ଯନ୍ତ୍ରୀ କି ମରାମତି ଠିକା ନେଇଥିବା ସଂସ୍ଥାର କେହି ସୁପରଭାଇଜର ମଧ୍ୟ ଉପସ୍ଥିତ ନ ଥିଲେ। ଯେଉଁଭଳି ଭାବେ ଛାତ ଉପରେ ଚଢ଼ି ଗୋଟିଏ ହାତରେ ଲୁହାକୁ ଧରି ମରାମତି କରୁଥିଲେ ଦେଖିଲେ ଡର ଲାଗୁଥିଲା। ଏ ନେଇ କାମ କରୁଥିବା ଅକ୍ଷୟ କୁମାର ମଙ୍ଗରାଜଙ୍କୁ ପଚାରିବାରୁ ୧୫ଦିନ ଧରି କାମ ଚାଲିଥିବାବେଳେ କିଛି ସୁରକ୍ଷା ଉପକରଣ ମିଳିନି ବୋଲି କହିଥିଲେ। କେବଳ ଏତିକି ନୁହେଁ ପ୍ଲାଟଫର୍ମ ନଂ.୬ରେ ମଧ୍ୟ ସମାବସ୍ଥା ଦେଖିବାକୁ ମିଳିଛି। ଅନ୍ୟପଟେ ନୂଆ ତିଆରି ଚାଲିଥିବା ଆଉ ଏକ ଫୁଟ ଓଭରବ୍ରିଜ ନିକଟରେ ଚାଲିଥିଲା ଲିଫ୍ଟଘର ନିର୍ମାଣ କାର୍ଯ୍ୟ। ସେଠାରେ ୩ଜଣ ଶ୍ରମିକ ଭାରା ଉପରେ ଚଢ଼ି ରଡ ଓ୍ବାଇଡିଙ୍ଗ କାମ କରୁଥିଲେ। ସେମାନଙ୍କ ନିକଟରେ ବି କୌଣସି ସୁରକ୍ଷା ସରଞ୍ଜାମ ନ ଥିଲା। ରଡ ଓ୍ବାଇଡିଙ୍ଗ କରୁଥିବା ସୁଦାମ ମାରାଣ୍ଡି କୁହନ୍ତି, ଠିକାଦାର ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ଉପକରଣ ଯୋଗାଯାଇ ନାହିଁ। ୧୫ଦିନ ହେବ ସେଭଳି କାମ କରିଚାଲିଛୁ।
ଏ ସମ୍ପର୍କରେ ଷ୍ଟେଶନ ନିର୍ଦ୍ଦେଶକ ପଚାରିବାରୁ ନିର୍ମାଣ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ କଥା ହେବାକୁ ସେ କହିଥିଲେ। କିନ୍ତୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜ କୁମାର ପାତ୍ର ଏହାକୁ ହାଲୁକା କାମ ଓ ମାଇନର ଇସ୍ୟୁ କହି ସଙ୍ଗେସଙ୍ଗେ ଫୋନ କାଟିଦେଇଥିଲେ। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପୁଣି ଷ୍ଟେଶନ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଠିକାଦାରଙ୍କ ସୁରକ୍ଷା ଦିଗ ପ୍ରତି ନଜର ଦେବାକୁ କଡା ତାଗିଦ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri