ବିନା ମେକ୍‌ଅପ୍‌ରେ ନୁସରତ୍‌, ଫଟୋ ଭାଇରାଲ

ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସରତ୍‌ ଜହାଁ ସୋସିଆଲ ମିଡିଆରେ ନିଜର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ଫଟୋଠାରୁ ଆରମ୍ଭ କରି କୌଣସି ପାର୍ଟି ହେଉ କିମ୍ବା କୌଣସି ଫିଲ୍ମ ଶୁଟିଂ ହେଉ ସୋସିଆଲ ମିଡିଆରେ ଫଟୋ ଶେୟାର କରି ନୁସରତ୍‌ ଫ୍ୟାନ୍‌ଙ୍କ ନିକଟତର ହୋଇଥାନ୍ତି। ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏବେ ଯେଉଁ ଫଟୋ ଶେୟାର କରିଛନ୍ତି, ତାହା ଅନ୍ୟ ଫଟୋ ଠାରୁ ଟିକେ ଭିନ୍ନ। କାରଣ ସବୁବେଳେ ମେକ୍‌ଅପ୍‌ରେ ଥିବା ନୁସ୍‌ରତଙ୍କୁ ଦେଖିଆସିଛନ୍ତି। ଏବେ ଶେୟାର ହୋଇଥିବା ଫଟୋରେ ବିନା ମେକ୍‌ଅପ୍‌ରେ ନଜର ଆସିଛନ୍ତି। ଫଟୋଟିରେ ସେ ବହୁତ ଷ୍ଟାଇଲିଶ୍‌ ଏବଂ ସୁନ୍ଦର ଦିଶୁଛନ୍ତି। ଫଟୋଟିକୁ ଲୋକେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ଏହା କୌଣସି ଶୁଟିଂ ଲୋକେସନ୍‌ର ଫଟୋ। ଯାହା ବି ହେଉନା କାହିଁକି ନୁସରତ୍‌ଙ୍କ ବିନା ମେକ୍‌ଅପ୍‌ ଫଟୋ ଫ୍ୟାନ୍‌ମାନଙ୍କ ହୃଦୟକୁ ଛୁଇଁଯାଇଛି।

Share