Categories: ଫୁରସତ

ବିନା ପାଣିରେ ଗୋଟିଏ ବର୍ଷ

ଜାକର୍ତ୍ତା,୧୫।୨: ପାଣି ବିନା କିଛି ଘଣ୍ଟା ବଞ୍ଚିବା ସମ୍ଭବ ହୋଇ ନ ଥାଏ। ତେବେ ଇଣ୍ଡୋନେସିଆର ଜଣେ ମହିଳା ଏକ ବର୍ଷ ଧରି ବିନା ପାଣିରେ ବଞ୍ଚି ରହିଛନ୍ତି। ସେ ହେଉଛନ୍ତି ୩୫ ବର୍ଷ ବୟସ୍କା ସୋଫି ପାର୍ତ୍ତିକ। ସ୍ଥାନୀୟ ବାଲିରେ ସେ ବାସ କରୁଛନ୍ତି। ତେବେ ସେ ଖାଦ୍ୟରେ ବିଭିନ୍ନ ପ୍ରକାର ଫଳ ଗ୍ରହଣ କରିବା ସହିତ ପଇଡ଼ ପାଣି ମଧ୍ୟ ପିଉଛନ୍ତି। ତାଙ୍କର କିଛି ଶାରୀରିକ ସମସ୍ୟା ରହିଥିବାରୁ ଡାକ୍ତର ପାଣି ନ ପିଇବାକୁ ପରାମର୍ଶ ଦେଇଥିଲେ। ଏହାପରଠାରୁ ପାର୍ତ୍ତିକ ଏଭଳି କରୁଥିବା କହିଛନ୍ତି। ପ୍ରଥମେ ସେ ପରୀକ୍ଷା ମୂଳକଭାବେ ୫୨ ଘଣ୍ଟା ବିନା ପାଣିରେ ରହିବାକୁ ଉଦ୍ୟମ କରିଥିଲେ। ଏହାପରେ ୧୦ ଦିନ ଏଭଳି ରହିଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏଭଳି ଜୀବନ ଶୈଳୀ ଆପଣେଇବା ପାଇଁ ପାର୍ତ୍ତିକ ପରାମର୍ଶ ଦେଉଛନ୍ତି।

Share