???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ ଦ୍ୱାରା ଗାଁରେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇପାରେ ବୋଲି ବିଭିନ୍ନ ଗ୍ରାମର ଲୋକେ ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରବାସୀଙ୍କୁ ୨୧ ଦିନ କ୍ୱାରାଣ୍ଟାଇନ୍ରେ ରହିବାର ନିୟମ ଥିଲା। ସରକାର ଏହାକୁ କୋହଳ କରି ୭ ଦିନକୁ ପରିବର୍ତ୍ତନ କରିଛନ୍ତି। ଫଳରେ ସୋମବାର ଆରଡି ଅଞ୍ଚଳରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୪୦୦ରୁ ଅଧିକ ଅନ୍ତେବାସୀ ନିଜ ନିଜ ଗୃହକୁ ଫେରିଛନ୍ତି। ସୁନ୍ଦରପୁରରୁ ୭୫, ଆରଡିରୁ ୩୮, ଓଳଗରୁ ୪୮, ନାନ୍ଦପୁରରୁ ୭୮, ପାଳସାହିରୁ ୫୦, ରଇପୁରରୁ ୫୬, ଶ୍ୟାମସୁନ୍ଦରପୁରରୁ ୬୮ ଜଣ ଘରକୁ ଫେରି ହୋମ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଘରକୁ ଫେରିଥିବା ବହୁ ଅନ୍ତେବାସୀ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ଏପରି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନେ ନିଜ ଘରେ ଅଲଗା ରହିଲେ ମଧ୍ୟ କରୋନା ମୁକ୍ତ କି ନୁହେଁ ଜାଣି ପାରୁ ନାହାନ୍ତି। ତେଣୁ ଯେଉଁମାନେ ବିନା ଟେଷ୍ଟରେ ଘରକୁ ଫେରିଛନ୍ତି ୭ ଦିନ ମଧ୍ୟରେ ସେମାନଙ୍କୁ ଟେଷ୍ଟ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।