ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ନୂଆଦିଲ୍ଲୀ,୬।୬: ବର୍ତ୍ତମାନ କରୋନା ମହାମାରୀ ବ୍ୟାପି ଚାଲିଛି। ଲୋକମାନେ ବର୍ତ୍ତମାନ ସାମାଜିକ ଦୂରତ୍ୱ ପାଳନ କରୁଥିବା ବେଳେ ସର୍ବସାଧାରଣ ସ୍ଥାନଗୁଡିକରେ ଥିବା କୌଣସି ଜିନିଷକୁ ଛୁଇଁବା ବେଳେ ଅନେକ କଥା ବିଚାର କରୁଛନ୍ତି। ଏଟିଏମ୍‌ ମଧ୍ୟ ଅନେକଙ୍କ ଦ୍ୱାରା ବ୍ୟବହାର ହେଉଛି। ଏଥିରେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି। ଏହାକୁ ଧ୍ୟାନରେ ରଖି ବ୍ୟାଙ୍କଗୁଡିକ ଏମିତି ଏକ ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିରେ ବିନା କୌଣସି ଟଚ୍‌ରେ ଏଟିଏମ୍‌କୁ ଟଙ୍କା ବାହାରିବ। ପେମେଣ୍ଟସ କମ୍ପାନୀ ଏଜିଏସ୍‌ ଟ୍ରାଞ୍ଜେକ୍ଟ ଟେକ୍ନୋଲୋଜି ପକ୍ଷରୁ ଏଥିଲାଗି ଏକ ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍କ୍ରିନ୍‌ ଉପରେ ରହିଥିବା କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ପରେ ମେଶିନର ଇଣ୍ଟରଫେସ ପାଇଁ ବ୍ୟାଙ୍କର ମୋବାଇଲ ଆପ୍ଲିକେଶନ ବ୍ୟବହାର କରିବାକୁ ପଡିବ। ବର୍ତ୍ତମାନର ମ୍ୟାଗ୍ନେଟିକ କାର୍ଡ ଏବଂ ପିନ୍‌ ଦେବା ପ୍ରକ୍ରିୟାଠାରୁ ଏହା ଭିନ୍ନ। ନୂଆ କଣ୍ଟାକ୍ଟଲେସ ଏଟିଏମ୍‌ ବ୍ୟବହାର କରିବା ଲାଗି କଷ୍ଟମର ସ୍କ୍ରିନ୍‌ ଉପରେ ରହିଥିବା କ୍ୟୁଆର୍‌ କୋଡ ସ୍କାନ୍‌ କରି ବ୍ୟାଙ୍କର ମୋବାଇଲ ଆପ୍ଲିକେଶନର ସହାୟତା ନେବେ। ଏହା ପରେ ନିଜ ମୋବାଇଲରେ ଉଠାଣ କରିବାକୁ ଚାହୁଁଥିବା ଅର୍ଥ ରାଶି ଏବଂ ଏଟିଏମ୍‌ ପିନ୍‌ ଦେବାକୁ ପଡିବ। ଏଭଳି ଭାବେ ମେଶିନକୁ ଟଚ୍‌ ନ କରି ମଧ୍ୟ କ୍ୟାଶ ସଂଗ୍ରହ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri