Posted inଜାତୀୟ

ବିଧାୟକଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧ା୮(ପି.ଟି.): ଉନ୍ନାଓ ବଳାତ୍କାର ପୀଡିତାଙ୍କ ଗାଡ଼ି ଦୁର୍ଘଟଣାକୁ ନେଇ ସିବିଆଇ ଭାଜପା ବିଧାୟକ କୁଲ୍‌ଦୀପ ସିଂ ସେନ୍‌ଗାର ଓ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ସିବିଆଇ ଅଧିକାରୀମାନେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେମାନେ ରାଏବରେଲିର ଗୁରୁବକ୍ସଗଞ୍ଜ ଥାନା ପୋଲିସଠାରୁ ସବିଶେଷ ବିବରଣୀ ସଂଗ୍ରହ କରିବେ। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସ କ୍ରମେ ମଙ୍ଗଳବାର କେନ୍ଦ୍ର ସରକାର ଉକ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ।
ବଳାତ୍କାର ପୀଡିତା, ତାଙ୍କ ପରିବାର ସଦସ୍ୟ ଏବଂ ଓକିଲ ଏକ କାରରେ ଯାଉଥିବାବେଳେ ରାଏବରେଲିରେ ଏକ ଟ୍ରକ୍‌ ଧକ୍କା ଦେବାରୁ ପୀଡିତାଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ପୀଡିତା ଓ ଓକିଲ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୀଡିତା ପରିବାର ସଦସ୍ୟଙ୍କ ଏତଲାକ୍ରମେ ସୋମବାର ଉତ୍ତରପ୍ରଦେଶ ପୋଲିସ ବିଧାୟକ ସେନ୍‌ଗାର ଓ ଅନ୍ୟ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ୨୦୧୭ରେ ଉନ୍ନାଓର ନାବାଳିକାଙ୍କୁ ଭାଜପା ବିଧାୟକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଥିବାରୁ ରାଜ୍ୟ ସରକାର ସମଲୋଚିତ ହୋଇଛନ୍ତି।
ଅନ୍ୟପକ୍ଷରେ ପୀଡ଼ିତା ଲେଖିଥିବା ଚିଠିକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ନିକଟରେ ଉପସ୍ଥାପନ କରାଯାଇ ନ ଥିବାରୁ ବୁଧବାର ସୁପ୍ରିମକୋର୍ଟ ଏହାର ସେକ୍ରେଟାରି ଜେନେରାଲଙ୍କୁ ରିପୋର୍ଟ ମାଗିଛନ୍ତି। ଗୁରୁବାର ଏହାର ଶୁଣାଣି ହେବ। ପୀଡ଼ିତା ତାଙ୍କ ଜୀବନ ପ୍ରତି ବିପଦ ଅନୁଭବ କରୁଥିବା ସିଜେଆଇଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ଦୁର୍ଭାଗ୍ୟକୁ ଉକ୍ତ ଚିଠି ଏପର୍ଯ୍ୟନ୍ତ ତାଙ୍କ ସାମନାକୁ ଆସି ନ ଥିବାବେଳେ ଖବରକାଗଜରୁ ତାହା ସିଜେଆଇ ଜାଣିବାକୁ ପାଇଥିବା କହିଛନ୍ତି। ଚିଠି ଉପରେ ସିଜେଆଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ପ୍ରକାଶିତ ଖବରରୁ ମନେହେଉଛି। ଏଭଳି ସ୍ଥିତିରେ ଆମକୁ କିଛି କରିବାକୁ ପଡିବ ବୋଲି ସିଜେଆଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଉନ୍ନାଓ ପୀଡିତା ଦୁର୍ଘଟଣାକୁ ନେଇ ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ଉତ୍ତରପ୍ରଦେଶ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉନ୍ନାଓ ମାମଲାକୁ ନେଇ ବୁଧବାର ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିରୋଧୀ ଦଳଗୁଡିକ ଉନ୍ନାଓ ବଳାତ୍କାର ପୀଡିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ କରିବା ସହ ଏହା ଉପରେ ସରକାରଙ୍କଠାରୁ ଉତ୍ତର ଦାବି କରି କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ନୀରବତାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଶ୍ନ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri