Categories: ଜାତୀୟ

ବିଧାନସଭା ଯିବା ପୂର୍ବରୁ ମନ୍ଦିରକୁ ଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୯।୭: କର୍ନାଟକ ବିଧାନସଭାରେ ସୋମବାର ବହୁମତ ସାବ୍ୟସ୍ତ କରିବ ଭାଜପା। ସେଥିପାଇଁ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ପ୍ରଭୁଙ୍କ କରୁଣା ଭିକ୍ଷା କରିଛନ୍ତି। ସକାଳୁ ସେ ବେଙ୍ଗାଲୁରର ଶ୍ରୀ ବଲ ଭେରା ଅନଞ୍ଜାନେୟା ମନ୍ଦିର ଯାଇ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ଭାଜପା ଶାସନ କ୍ଷମତା ହାତକୁ ନେବାକୁ ଯାଉଛି। ସେପଟେ ୟେଦୁରପ୍ପା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ରବିବାର ବାଚସ୍ପତି ବାକିଥିବା ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ଏବେ ଭାଜପା ବହୁମତ ସାବ୍ୟସ୍ତ କରିପାରିବ କି ନାଁ ତାକୁ ନେଇ ରାଜନୀତି ହୋଇଛି ସରଗରମ।

Share