Categories: ଜାତୀୟ

ବିଧାନସଭା ବାହାରେ ଭାଜପାର ବିକ୍ଷୋଭ:‘କୁମାରସ୍ବାମୀ ଗାଦି ଛାଡ଼’

ବେଙ୍ଗାଲୁରୁ,୧୧ା୭(ପି.ଟି.): କର୍ନାଟକର ଭାଜପା ସଭାପତି ବି.ଏସ୍‌. ୟେଦୁରପ୍ପାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ରାଜଭବନରେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ସାକ୍ଷାତ୍‌ କରିଛି। ରାଜ୍ୟପାଳଙ୍କ ପରେ ଭାଜପା ନେତାମାନେ ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ବିଧାନସଭାରେ ଭେଟିଛନ୍ତି। ଏହା ପୂର୍ବରୁ ବିଧାନସଭା ପରସରସ୍ଥିତ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୟେଦୁରପ୍ପା କହିଛନ୍ତି, ଶାସକ ମେଣ୍ଟ ବିଧାୟକଙ୍କ ସଂଖ୍ୟା ୧୦୩କୁ ଖସିଆସିଛି। ଭାଜପାକୁ ୧୦୭ରୁ ୧୦୮ ବିଧାୟକ ସମର୍ଥନ କରୁଛନ୍ତି। ତେଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। କୁମାରସ୍ବାମୀଙ୍କର ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ୧୨ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବ। ସଂଖ୍ୟାଗରିଷ୍ଠତା ନ ଥିବାରୁ କୁମାରସ୍ବାମୀ ସ୍ବେଚ୍ଛାକୃତ ଭାବେ ତୁରନ୍ତ ଇସ୍ତଫା ଦେଇ ଭାଜପାକୁ ସରକାର ଗଠନ କରିବା ଲାଗି ପଥ ପରିଷ୍କାର କରନ୍ତୁ।

Share