ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ

ଗୋପ,୧।୯(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଥାନା ଅନ୍ତର୍ଗତ ଧନିତ୍ରୀ ଗ୍ରାମର ସୁରେନ୍ଦ୍ର ବେହୁରା (୬୦)ଙ୍କ ମୃତ୍ୟୁ ଘଟିଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି । ସକାଳୁ ସୁରେନ୍ଦ୍ର ନିଜ ଘରେ ହିଟର କାମ କରୁଥିବାବେଳେ ଅସାବଧାନତା ଯୋଗୁ ବିଦ୍ୟୁତ ତାଙ୍କ ବାମ ହାତରେ ଲାଗି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ଡାକ୍ତରଖାନା ଆଣିବା ପରେ ଡାକ୍ତର ଶିବପ୍ରସାଦ ମଙ୍ଗରାଜ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଚାରିଛକ ପଠାଇ ତଦନ୍ତ ଜାରି ରଖିଛି।