ବିଦ୍ୟୁତ୍‌ ସେବା ପ୍ରଦାନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର,୧୨।୨(ଅନୁରାଧା ମହାରଣା): ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ଦିବସ-୨୦୨୬’ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ କାର୍ଯ୍ୟରତ ମହିଳା ବୃତ୍ତିଧାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନିତ କରାଯାଇଛି। ମିଟରିଂ ଏବଂ ନେଟ୍‌ୱର୍କ ପରିଚାଳନାଠାରୁ ଆରମ୍ଭକରି ତାଲିମ ଏବଂ ଗୁଣବତ୍ତା ନିଶ୍ଚିତ କରିବା ପର୍ଯ୍ୟନ୍ତ, ମହିଳା ଇଞ୍ଜିନିୟର ଏବଂ ଟେକ୍ନିସିଆନମାନେ ଓଡ଼ିଶାର ବିଦ୍ୟୁତ୍‌ ସେବାକୁ ଅଧିକ ଭରସାଯୋଗ୍ୟ, ସ୍ବଚ୍ଛ ଏବଂ ଗ୍ରାହକମାନଙ୍କ ପାଇଁ ସହଜ କରିବାରେ ବଡ଼ ଭୂମିକା ନେଉଛନ୍ତି । ଏକ ଅଗ୍ରଣୀ ବିଦ୍ୟୁତ୍‌ ବିତରଣ ସଂସ୍ଥା ଭାବରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ ବିଶ୍ୱାସକରେ ଯେ, ଦକ୍ଷ କର୍ମଚାରୀମାନଙ୍କ ଦ୍ୱାରା ହିଁ ଶ୍ରେଷ୍ଠ ପ୍ରଦର୍ଶନ କରାଯାଇପାରିବ। ଏକ ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଜୀବୀ ଗଠନ କରିବା ଲକ୍ଷ୍ୟରେ କମ୍ପାନୀ ନିଜର ୪ଟି ଡିସ୍‌କମ୍‌ ଯଥା ଟିପିସିଓଡିଏଲ, ଟିପିଏସ୍‌ଓଡିଏଲ୍‌, ଟିପିଡବୁ୍ଲ୍ୟଓଡିଏଲ୍‌ ଏବଂ ଟିପିଏନ୍‌ଓଡିଏଲ୍‌ରେ ମହିଳାମାନଙ୍କୁ ପ୍ରମୁଖ କାର୍ଯ୍ୟରେ ନିୟୋଜିତ କରୁଛି। ସ୍ବତନ୍ତ୍ର ପ୍ରଶିକ୍ଷଣ, ଫିଲ୍ଡ କାମର ଅଭିଜ୍ଞତା ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଠିକ୍‌ ସୁଯୋଗ ଦେଇ କମ୍ପାନୀ କ୍ରମାଗତ ଭାବେ ମହିଳାମାନଙ୍କୁ ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ସଶକ୍ତ କରୁଛି। ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକାମାନଙ୍କ ସମାନ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) ଅଧୀନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଅଭିଯାନ ମଧ୍ୟରେ ଓଡ଼ିଶାର ମହିଳା ଆଇଟିଆଇ ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ, ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ ‘ରୋଶନୀ’ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଏବଂ କ୍ୟାରିୟରରେ ବିରତି ନେଇଥିବା ମହିଳାମାନଙ୍କୁ ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରାଇ ଆଣିବା ପାଇଁ ‘ନୂଆ ଆରମ୍ଭ’ ଭଳି ଅଭିନବ ପ୍ରୟାସ ଅନ୍ତର୍ଭୁକ୍ତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବନ୍ଦର ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ପୂର୍ବତନ ବିଧାୟକ ଗିରଫ

ଛତ୍ରପୁର,୧୨।୨(ଦିଲ୍ଲୀପ ସାମଲ) : ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।…

ଶେଷ ହେବ ରାହୁଲଙ୍କ ଲୋକସଭା ସଦସ୍ୟତା! ନୋଟିସ ଦେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୨।୨: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକସଭାରେ କଂଗ୍ରେସ ଏମ୍‌ପି ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସଂସଦରେ ସଦସ୍ୟତା ସମାପ୍ତ କରିବାକୁ ଦାବି କରି…

ଓ୍ବାଶିଂ ମେଶିନରେ ନିଆଁ ଲାଗି ୨ ମହଲାକୁ ବ୍ୟାପିଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାରରେ ଏକ ୩ ମହଲା କୋଠାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ ହୋଇଥିବା ଜଣାପଡ଼ିଛି।…

ପାକିସ୍ତାନକୁ ପରାସ୍ତ କରିବାରେ ଭାରତ ପାଖରେ ଗୋଟିଏ ସୁଯୋଗ, ଯଦି ଏପରି ହୁଏ ନମ୍ବର ୧ ହେବ ଦଳ

ନୂଆଦିଲ୍ଲୀ,୧୨।୨: ଭାରତ ଟି-୨୦ ବିଶ୍ୱକପ ଆମେରିକା ବିପକ୍ଷରେ ବିଜୟ ସହିତ ଆରମ୍ଭ କରିଥିଲା, ଏବଂ ବର୍ତ୍ତମାନ ପରବର୍ତ୍ତୀ ମ୍ୟାଚ ନାମ୍ବିଆ ବିପକ୍ଷରେ ହେବ। ଭାରତୀୟ ଦଳ ଫେବୃଆରୀ…

ବନ୍ଦକୁ ନେଇ ମନ୍ତ୍ରୀଙ୍କୁ କଡ଼ା କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ, କହିଲେ ଶାସକ ଦଳକୁ ସବୁ…

ଭୁବନେଶ୍ୱର,୧୨ା୨: ବନ୍ଦ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ବିଜୁ ଶ୍ରମିକ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଶ୍ରମିକ ବିରୋଧୀ ନୀତି ପ୍ରତିବାଦ: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨।୨(ସୁନିଲ କୁମାର ମହାନ୍ତି): କେନ୍ଦ୍ରୀୟ ଟ୍ରେଡ ୟୁନିଅନ ତରଫରୁ ଦିଆଯାଇଥିବା ସର୍ବଭାରତୀୟ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲାରେ ଗୁରୁବାର ବନ୍ଦ ପାଳନ ସଫଳ ହୋଇଛି। ୟୁନାଇଟେଡ…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri