ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ

ଚାନ୍ଦବାଲି,୧୭।୪(ଡି.ଏନ୍‌.ଏ.)-ଭଦ୍ରକ ନେସ୍କୋ ବିଦ୍ୟୁତ୍‌ ଡିଭିଜନ, ତିହିଡ଼ି ସବ୍‌ଡିଭିଜନ ଓ ଚାନ୍ଦବାଲି ସେକ୍ସନ ଅଧୀନ ମତୋ  ୩୩/୧୧ କେଭି ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବିଜୁଳି ସମସ୍ୟା ଲାଗିରହିଛି। ଖରାଦିନେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍‌ ଲାଇନରେ ତ୍ରୁଟି ଘଟିଲେ ମରାମତିରେ ଅହେତୁକ ବିଳମ୍ବ ଘଟୁଛି। ସାମାନ୍ୟ ବର୍ଷା ପବନ ହେଲେ ମତୋ ଅଞ୍ଚଳରେ ଦିନେ ଦୁଇଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ଚାନ୍ଦବାଲି(ପାଇକିରାପୁର) ୧୩୨/୩୩ କେଭି ବିଦ୍ୟୁତ୍‌ ଗ୍ରୀଡ୍‌ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଚାନ୍ଦବାଲି ଅଞ୍ଚଳରେ ବିଜୁଳି ସମସ୍ୟାର ଅନ୍ତ ଘଟୁନାହିଁ।

ଉଲ୍ଲେଖନୀୟ ଯେ, ପ୍ରାୟ ୪ କୋଟି ଟଙ୍କା ବ୍ୟୟବରାଦରେ ଓପିଟିସିଏଲ୍‌ ପକ୍ଷରୁ ମତୋ ୩୩/୧୧କେଭି ବିଦ୍ୟୁତ୍‌ ଷ୍ଟ୍ରକ୍ଚର ନିର୍ମାଣ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲା। ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ପରେ ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ହେଲେ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏହି ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେଲେ ମତୋ, ଭାଟପଡ଼ା, ମହୁଲିଆ, ମଉସୁଧା, ଉତୁକୁଡା, ମାଧପୁର ଓ ଭୂଇଁବୃତ୍ତି ପଞ୍ଚାୟତର ଉପଭୋକ୍ତା ଉପକୃତ ହେବେ। ପୂର୍ବେ ଚାନ୍ଦବାଲି(ପାଟୁଳି) ବିଦ୍ୟୁତ୍‌ ଷ୍ଟ୍ରକ୍ଚରରୁ ଏହି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ହେଉଥିଲା। ମାତ୍ର ଏଥିରେ ଲାଗିଥିବା ତାର, ଇନ୍‌ସୁଲେଟର, ଖୁଣ୍ଟଗୁଡ଼ିକ ପୁରୁଣା ହୋଇଥିବାରୁ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିଲା। ମତୋ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେଲେ ଚାନ୍ଦବାଲି(ପାଇକିରାପୁର) ଗ୍ରୀଡ୍‌ରୁ ଏଠାକୁ ବିଦ୍ୟୁତ୍‌ ଯୋଗାଣ ହେବ। ଉପଭୋକ୍ତା ବନମାଳୀ ସାହୁ କହନ୍ତି, ବିଭାଗ ପକ୍ଷରୁ ଚାନ୍ଦବାଲି ସହରାଞ୍ଚଳରେ ବିଜୁଳି ମରାମତି ତୁରନ୍ତ ହେଉଥିବା ବେଳେ ଗ୍ରାମାଞ୍ଚଳର ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ପାଇପ୍‌ ପାଣି ପାଇଁ ଖରାଦିନେ ଲୋକେ ହଇରାଣ ହେଉଛନ୍ତି। ତୁରନ୍ତ ମତୋ ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବା ଆବଶ୍ୟକ। ବିଳମ୍ବ ସମ୍ପର୍କରେ ନେସ୍କୋ ଚାନ୍ଦବାଲି ସେକ୍ସନର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ୧୧ କେଭି ଫିଡର ଲାଇନ ତାର ଟାଣିବାକୁ ଜମି ମାଲିକ ଅରାଜି ହେବାରୁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଘଟିଛି ବୋଲି କହିଛନ୍ତି। ମତୋ ଷ୍ଟ୍ରକ୍ଚରରୁ ୧୧କେଭି ବିଦ୍ୟୁତ୍‌ ଯୋଗାଣ ତାର ନେବା ପାଇଁ ଜମି ସମସ୍ୟା ଦେଖାଯାଇଛି। ନିଜର କ୍ଷତି ହେବା ଆଶଙ୍କାରେ ମାଲିକମାନେ ତାଙ୍କ ଜମି ଉପରେ ବିଦ୍ୟୁତ୍‌ ତାର ଟଣାକୁ ବିରୋଧ କରୁଛନ୍ତି। ନିକଟରେ ବିଭାଗୀୟ କର୍ମଚାରୀ ଓ ଜମି ମାଲିକଙ୍କ ଉପସ୍ଥିତିରେ ଏହାର ଆପୋସ ସମାଧାନ ହେବା ପରେ ଷ୍ଟ୍ରକ୍ଚରରୁ ବର୍ଷାଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ଜଳ ନିଷ୍କାସନ ସକାଶେ କଲଭର୍ଟ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri