ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରବିବାର କେତେଜଣ ଦୁର୍ବୃତ୍ତ ଲୁହା ବିଦ୍ୟୁତ୍‌ ଖୁଣ୍ଟକୁ କଟର ସାହାଯ୍ୟରେ କାଟିବା ସହିତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଥିବା ବେଳେ ବିଭାଗୀୟ କର୍ମଚାରୀ ଏ ନେଇ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ । ହେଲେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କଟା ଯାଇଥିବା ୫ ଲୁହା ଖୁଣ୍ଟକୁ ବିଭାଗୀୟ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡ଼ିଛି।