Categories: କନ୍ଧମାଳ

ବିଦ୍ୟୁତ୍‌ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଟିକାବାଲି ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ବୁଧବାର କଳିଙ୍ଗାରୁ ଫୁଲବାଣୀ, କଳିଙ୍ଗାରୁ ଭଞ୍ଜନଗର, କଳିଙ୍ଗାରୁ ଜି.ଉଦୟଗିିରି ସ୍ଥାନରେ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ରାସ୍ତାରେ ମୃତଦେହ ରଖି ପରିବାର ଲୋକେ କ୍ଷତିପୂରଣ ଦାବି କରିିଥିଲେ। ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଥାନାଧିକାରୀ ଧିରାଜ କୁମାର ଲେଙ୍କା, ତହସିଲଦାର ବିଚିତ୍ର ନନ୍ଦ ନାୟକ, ଅତିରିକ୍ତ ତହସିଲଦାର ଏସ.ରାକେଶ କୁମାର ପାତ୍ର ପହଞ୍ଚତ୍ ମୃତକଙ୍କ ପରିବାରକୁ ବୁଝାଶୁଝା କରିିଥିଲେ। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଝିଅର ଭରଣପୋଷଣ ସହିତ ୧୩୨ କେଭି ତାର ଯାଇଥିବା ସ୍ଥାନରେ ୨୦ ଫୁଟ ପର୍ଯ୍ୟନ୍ତ ସଫା କରାଯିବା ଆଦି ଦାବିପତ୍ର ମୃତକ ପରିବାର ପକ୍ଷରୁ ଏସ୍‌ଡିପିଓଙ୍କୁ ପ୍ରଦାନ କରାଯାଇଛି। ଏହି ଘଟଣା ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି ଏବଂ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ନେଇ ଅବରୋଧ ହଟାଇବା ପାଇଁ ଏସ୍‌ଡିପିଓ କହିଥିଲେ। କିନ୍ତୁ ଗ୍ରାମବାସୀ ୫୦ ହଜାର ଟଙ୍କା ଦାବି ନେଇ ଅଡ଼ି ବସିଥିଲେ। ଫଳରେ ୪ ଘଣ୍ଟା ଧରି ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ଶେଷରେ ରେଡକ୍ରସରୁ ୨୦ ହଜାର ଏବଂ ବିଦ୍ୟୁତ୍‌ ବିଭାଗରୁ ୧୦ ହଜାର ଟଙ୍କା ଦେବା ପରେ ଅବରୋଧ ହଟିଥିଲା।