ବିଦ୍ୟୁତ୍‌ ଆଘାତରେ ଅସ୍ଥାୟୀ ଲାଇନ୍‌ ମ୍ୟାନ ଗୁରୁତର:  ନେସ୍କୋ କାର୍ଯ୍ୟାଳୟ ଘେରାଉ

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲମ ତାଳପଦା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଅସ୍ଥାୟୀ ଲାଇନମ୍ୟାନ୍‌ ଗୁରୁତର ହେବା ଘଟଣାକୁ ନେଇ ୨ଦିନ ପରେ ଗ୍ରାମବାସୀ ଶ୍ରୀଜଙ୍ଗ ନେସ୍କୋ ସେକ୍ସନ୍‌ କାର୍ଯ୍ୟାଳୟକୁ ଶୁକ୍ରବାର ଘେରାଉ କରିଥିଲେ। ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ତାଳପଦା ଗ୍ରାମର ତପନ ସ୍ବାଇଁ ରେମୁଣା ବ୍ଲକ ନେସ୍କୋ ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଅଧୀନରେ ଅସ୍ଥାୟୀ ଲାଇନମ୍ୟାନ ଭାବେ କାର୍ଯ୍ୟ କରନ୍ତି ା ଗ୍ରାମର ବିଦ୍ୟୁତ ତାର ଖରାପ ହେବାରୁ ଷ୍ଟ୍ରକଚରକୁ ଜଣେ ଲାଇନମ୍ୟାନଠାରୁ ବିଦ୍ୟୁତ କାଟିବା ପାଇଁ କହି ବିଦ୍ୟୁତ ବିଚ୍ଛିନ୍ନ କରିଥିଲେ ା ପରେ ସେ ଖୁଣ୍ଟି ଉପରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଷ୍ଟ୍ରକଚରରୁ କେହି ବିଦ୍ୟୁତ ସଂଯୋଗ କରିଦେବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସେ ଖୁଣ୍ଟିରୁ ତଳକୁ ପଡିଯିବାରୁ ଗୁରୁତର ହୋଇପଡିଥିଲେ ା ତାଙ୍କ ଦେହ ଓ ହାତ ପୋଡିଯାଇଥିଲା। ତପନ ଏବେ କଟକରେ ଚିକିତ୍ସାଧୀନ ହେଉଛି ା ଏହି ଘଟଣାକୁ ନେଇ ତାଳପଦା ଗ୍ରାମର ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ବାରିକ୍‌, ଅନିରୁଦ୍ଧ ଦାସ, ବିଶ୍ୱରଞ୍ଜନ ଦାସ, ହରେନ୍ଦ୍ର ମଳିକ, କାହ୍ନୁଚରଣ ପଲାଇ, ଅକ୍ଷୟ ଦାସ, ସୁମନ୍ତ ଦାସ, କାର୍ତ୍ତିକ ଚନ୍ଦ୍ର ମଲିକ, ଝାଡେଶ୍ୱର ଦାସ, ସୁରେନ୍ଦ୍ର ଦାସ, ଡମ୍ବୁରଧର ବେହେରା, କିରଣ ମଳିକ, ସୁଶୀଲ ଗିରି, ହିମାଂଶୁ ଦାସ, ରତିକାନ୍ତ ମଲିକ, ସତ୍ୟପ୍ରକାଶ ପଲାଇ, ଶୁଭାସିନୀ ଭଞ୍ଜ, ସୁକାନ୍ତି ସ୍ବାଇଁ ପ୍ରମୁଖ ଶ୍ରୀଜଙ୍ଗ ନେସ୍କୋ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହିତ ଘେରାଉ କରିଥିଲେ। ରେମୁଣା ନେସ୍କୋ ଏସ୍‌ଡିଓ ଅଶୋକ ମାଇତି, କନିଷ୍ଠଯନ୍ତ୍ରୀ ବିଦ୍ୟାଧର ପଣ୍ଡାଙ୍କ ସମେତ ନିର୍ବାହୀ ଯନ୍ତ୍ରୀ ଓ ନେସ୍କୋ ଜିଲା ଅଧୀକ୍ଷଣ ଯନ୍ତ୍ରୀ ବି.ଏସ. ପରିଡା, ନେସ୍କୋ ଅଥରାଇଜି ଅଫିସର ସବ୍ୟସାଚୀ ପାଢୀ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ା ଲାଇନମ୍ୟାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବାର ପ୍ରତିଶ୍ରୁତି ଦିଆଯିବା ସହ ତାଙ୍କୁ ସ୍ଥାୟୀ ଚାକିରି ଦିଆଯିବା ଲାଗି ବିଶେଷ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ଓ ଘେରାଉ ପ୍ରତ୍ୟାହୃତ ହୋଇଥିଲା ା