ବାହାନଗା, ୨୩।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସୋମବାର ଅପରାହ୍ନ ୪ଟା ବେଳେ ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରାଯାଇଛି। ଦୁର୍ବୃତ୍ତମାନେ ଏକ ବୋଲେରୋରେ ତାଙ୍କୁ ଅପହରଣ କରିନେଇଥିବା ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ଜେଜେବାପା ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ନାମ ଶୁଭଙ୍କର ମହାଳିକ(୮)।
ବିଦ୍ୟାଳୟ ଛୁଟି ହେବା ବେଳେ ଶୁଭଙ୍କର ବସ୍ତାନୀ ଧରି ବିଦ୍ୟାଳୟ ବାହାରକୁ ଆସିଥିଲେ। ଏହି ସମୟରେ ବାହାରେ ଏକ ବୋଲେରୋ ଧରି ଜଗି ରହିଥିବା କେତେକ ଦୃର୍ବୃତ୍ତ ତାଙ୍କୁ ଜବରଦସ୍ତ ଗାଡି ଭିତରକୁ ଟେକି ନେଇଥିଲେ। ଛାତ୍ର ଜଣକ ଚିକତ୍ାର କରୁଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇବାକୁ ସକ୍ଷମ ହୋଇପାରି ନ ଥିଲେ। ଏହି ଘଟଣା ପରେ ଛାତ୍ରଙ୍କ ସାଙ୍ଗମାନେ ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକମାନଙ୍କୁ କହିଥିଲେ। ଶିକ୍ଷକମାନେ ଛାତ୍ରଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଶୁଭଙ୍କରଙ୍କ ଜେଜେବାପା ନଟବର ମହାଳିକ ଅନନ୍ତପୁର ଫାଣ୍ଡିରେ ନାତି ଅପହରଣ ନେଇ ଅଭିଯୋଗ କରଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ଯେନା ମଧ୍ୟ ଅନୁରୂପ ଭାବେ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ବାପା ସୂର୍ଯ୍ୟକାନ୍ତ ମହାଳିକ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ତେବେ ଦେଢ଼ବର୍ଷ ପୂର୍ବେ ଛାତ୍ରଙ୍କ ମା’ ଅନ୍ୟ ଜଣେ ଯୁବକକୁ ଦ୍ୱିତୀୟ ବିବାହ କରିଛନ୍ତି ା ଅନନ୍ତପୁର ଫାଣ୍ଡିରେ ପୃଥକ୍ ଭାବେ ଦୁଇଟି ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..
ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…
ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…
ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
Archives

