ବିଦ୍ୟାଳୟ ପାଚେରୀ ଭାଙ୍ଗିଲେ ହାତୀ ପଲ

ଠାକୁରମୁଣ୍ଡା,୨୩ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡରେ ୨୨ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଛି। ଶୁକୃଳି ନିକଟରେ ଥିବା ବେଗୁନାବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ ସୋମବାର ଭୋର ସମୟରେ ହାତୀପଲ ଭାଙ୍ଗି ଦେଇଛନ୍ତି। ସେହି ଗ୍ରାମର ରମାକାନ୍ତ ଗିରି ଓ ରାଉତାଳିପାଟ ଗ୍ରାମର ୪ ଜଣଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏଥିସହିତ ବହୁ ଚାଷୀଙ୍କ ପନିପରିବା ଫସଲକୁ ଖାଇ ନଷ୍ଟ କରିଛନ୍ତି। ହାତୀପଲ ଶୁକୃଳି ନିକଟସ୍ଥ ସୁନାପୋଷି ଜଙ୍ଗଲରେ ଥିବା ଜଣା ପଡ଼ିଛି।