ବିଦ୍ୟାଳୟ ନଳକୂପ ଭାଙ୍ଗିଲେ ଦୁର୍ବୃତ୍ତ : ମଧ୍ୟାହ୍ନଭୋଜନ ରନ୍ଧନ ପାଇଁ ମିଳୁନି ପାଣି, ଛାତ୍ରୀଛାତ୍ର ହନ୍ତସନ୍ତ

ବନ୍ତ,୧।୮(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଶିକ୍ଷା ସର୍କଲ ଅନ୍ତର୍ଗତ କଳାପାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପକୁ ବୁଧବାର ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଫଳରେ ପିଲାମାନେ ପାଣି ପିଇବା ଓ ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ହନ୍ତସନ୍ତ ହେଉଛନ୍ତି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।