ବିଦ୍ୟାଳୟ ଖୋଲିବ, ଶ୍ରେଣୀଗୃହ ଉପର ମୁକୁଳା

ଜଗତ୍‌ସିଂହପୁର ଅଫିସ,୧୮ା୬: ବାତ୍ୟା ଫନୀ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟାଳୟଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯିବାର ଇତିମଧ୍ୟରେ ଦେଢ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ପୁନରୁଦ୍ଧାର କାମ ସରିନାହିଁ। ବିଶେଷକରି ସରକାରୀ ବିଦ୍ୟାଳୟଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ କହିଲେ ଚଳେ। ଆସନ୍ତା ୧୯ ତାରିଖରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବ। କିନ୍ତୁ ତା’ପୂର୍ବରୁ ବିଦ୍ୟାଳୟଗୁଡିକ ମୁକୁଳା ରହିବା ଚିନ୍ତାର କାରଣ ହୋଇଛି। ଯଦିଓ ବିଦ୍ୟାଳୟ ଖୋଲିଲେ ପିଲାମାନଙ୍କୁ ଅନ୍ୟ ଭଲ ଘରେ ଶିକ୍ଷାଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି, ତେବେ ବାସ୍ତବରେ ଏହା ପ୍ରତ୍ୟେକ ବିଦ୍ୟାଳୟ କ୍ଷେତ୍ରରେ ସମ୍ଭବ ନୁହେଁ। ଏହାବାଦ୍‌ ସ୍ଥାୟୀ ପ୍ରତିକାର ହୋଇ ନ ଥିବାରୁ ପୁନରୁଦ୍ଧାର କାର୍ଯ୍ୟ କେତେ ଶୀଘ୍ର ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜଗତ୍‌ସିଂହପୁର ଜିଲାରେ ମୋଟ ୧,୫୦୩ ସରକାରୀ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ୧୬୬ ଉଚ୍ଚ ବିଦ୍ୟାଳୟ ରହିଛି। ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୫୫୫ଟି ଆଜବେଷ୍ଟସ୍‌ ଘରେ ଚାଲିଛି। ଏହିସବୁ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରେ ବାଲିକୁଦା ବ୍ଲକର ୧୩୮, ବିରିଡ଼ି ୭୧, ଏରସମା ୫୩, ଜଗତ୍‌ସିଂହପୁର ୫୮, କୁଜଙ୍ଗ ୭୨, ନାଉଗାଁ ୨୯, ରଘୁନାଥପୁର ୭୫ ଓ ତିର୍ତ୍ତୋଲ ବ୍ଲକର ୫୯ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ଏସବୁର ମରାମତି ତଥା ପୁନରୁଦ୍ଧାର ବାବଦରେ ୧୮.୯୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଗୋଟିଏ ବି ମରାମତି ହୋଇପାରିନାହିଁ। ସେହିପରି ଜିଲାରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି। ସେଗୁଡିକ ମଧ୍ୟରୁ ୨୭ଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ମରାମତି ସରିନାହିଁ। ଏ ପରିସ୍ଥିତିରେ ବିଦ୍ୟାଳୟ ଖୋଲିଲେ ଛାତ୍ରୀଛାତ୍ର କିପରି ଶିକ୍ଷାଲାଭ କରିବେ ତାକୁ ନେଇ ନାନା କଥା ଆଲୋଚନା ଚାଲିଛି। କୁହାଯାଉଛି, ବାତ୍ୟା ଯିବାର ଏତେ ଦିନ ପରେ ମଧ୍ୟ ରାଜ୍ୟ ସରକାର ବିଦ୍ୟାଳୟଗୁଡିକ ମରାମତି କ୍ଷେତ୍ରରେ ଦାୟିତ୍ୱବାନ ହୋଇନାହାନ୍ତି। ଏହା କେବଳ ଆନ୍ତରିକତାର ଅଭାବ। ବଡ଼ କଥା ହେଲା ବାତ୍ୟା ପୂର୍ବରୁ ଅଧିକାଂଶ ବିଦ୍ୟାଳୟରେ ଲୋକଙ୍କୁ ରଖାଯାଇଥିବା କୁହାଯାଇଥିଲା। ଭବିଷ୍ୟତରେ ମଧ୍ୟ କିଛି ସେଭଳି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେଲେ ସରକାର ଲୋକଙ୍କୁ ବିଦ୍ୟାଳୟଗୁଡିକରେ ରଖିବା କଥା ଚିନ୍ତା କରିବେ। ସେହିପରି ଶିକ୍ଷାକୁ ସରକାର ପ୍ରାଥମିକତା ଦେବା କଥା କହୁଥିବାବେଳେ ବିଦ୍ୟାଳୟ ମରାମତି ପାଇଁ କାହିଁକି ତତ୍ପର ହେଉନାହାନ୍ତି ତାହା ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ ବିଦ୍ୟାଳୟ ମରାମତି ପାଇଁ ଆବଶ୍ୟକଠାରୁ ଅଧିକ ଅନୁଦାନ ଆବଶ୍ୟକ ଥିବା ଦର୍ଶାଯାଇଛି। ଗତ ୧୦ ତାରିଖରେ ଉନ୍ନୟନ କମିଶନର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କହିଛନ୍ତି ଯେ, ମରାମତି କାମ ସରି ନ ଥିଲେ ବିକଳ୍ପ ବ୍ୟବସ୍ଥା କର। ଯେଉଁ ବିଦ୍ୟାଳୟ ଆଜବେଷ୍ଟସ୍‌ ଭାଙ୍ଗିଯାଇଛି ତାକୁ ବାଦ୍‌ ଦେଇ ଅନ୍ୟ କୋଠରୀରେ ପିଲାଙ୍କୁ ଶିକ୍ଷାଦାନ କର। କିନ୍ତୁ ଏହା ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ନୁହେଁ। କାରଣ ଜିଲାର କ୍ଷତିଗ୍ରସ୍ତ ୫୭ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋସ୍ଥିତ ପଞ୍ଚାୟତ ହାଇସ୍କୁଲ ଓ ସାଇଲୋର ଚମ୍ପେସ୍ବର ହାଇସ୍କୁଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ର ନିକଟସ୍ଥ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଶିକ୍ଷାଲାଭ କରିବେ ବୋଲି ସୋମବାର ନିଷ୍ପତ୍ତି ନିଆଯାଇଛି। ଏହାବାଦ୍‌ କେତେକ ସରକାରୀ ବିଦ୍ୟାଳୟ ରହିଛି ଯେଉଁଠି ଅଧିକାଂଶ କୋଠରୀ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଶ୍ରେଣୀ ଓ ପିରିୟଡ ଅନୁଯାୟୀ ଅନେକ ବିଦ୍ୟାଳୟର କୋଠରୀ ବ୍ୟବହାର ହେଉଛି। ବଳକା କୋଠରୀ ନ ଥିବା ବିଦ୍ୟାଳୟଗୁଡିକରେ ଏବେ ପିରିୟଡ କାଣ୍ଟଛାଣ୍ଟ କରିବା ନେଇ ଆଲୋଚନା ଚାଲିଛି। ତାହା ନ ହେଲେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ସମ୍ଭବ ହେବନାହିଁ। ଏ ପରିସ୍ଥିତିରେ ବିଦ୍ୟାଳୟଗୁଡିକ କେତେଦିନ ମଧ୍ୟରେ ମରାମତି ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବରେ ସେଭଳି କିଛି ନିର୍ଦ୍ଦେଶନାମା ଜାରି କରି ନ ଥିବାରୁ ଆଗକୁ କଣ ହେବ ତାହା ସମୟ କହିବ। ଏ ସମ୍ପର୍କରେ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକ ସପନ କୁମାର ଜେନା କହିଛନ୍ତି, କ୍ଷତିଗ୍ରସ୍ତ ଅଧିକାଂଶ ବିଦ୍ୟାଳୟରେ ସେଭଳି ଅସୁବିଧା ହେବନାହିଁ। ଅନ୍ୟ କୋଠରୀରେ ପିଲାମାନଙ୍କୁ ଶିକ୍ଷାଦାନ କରିବା ସମ୍ଭବ ହେବ। କିନ୍ତୁ କ୍ଷତିଗ୍ରସ୍ତ ୨୭ଟି ବିଦ୍ୟାଳୟ ମରାମତି କାମ ଜୁନ ୧୯ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହା ସରିବ କି ନାହିଁ କହିହେବ ନାହିଁ। ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ କହିଛନ୍ତି ଯେ, ବାତ୍ୟା ପରେ ସେ ଜିଲାର କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡିକ ସମ୍ପର୍କରେ ତଥ୍ୟ ଦେଇଥିଲେ। ତା ପରେ ମରାମତିରେ ବିଳମ୍ବ ହେଉଛି। ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କେତେକ ବିଦ୍ୟାଳୟରେ ମରାମତି କାମ ଆରମ୍ଭ କରିଥିବା କୁହାଯାଇଛି। କିନ୍ତୁ ସମସ୍ତ ବିଦ୍ୟାଳୟ ମରାମତି କାମ କେବେ ସରିବ ତାହା କହିହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri