Categories: ଗଞ୍ଜାମ

ବିଦେଶୀ ମଦ ଜବତ: ୨ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.):ଦିଗପହଣ୍ଡି ପୋଲିସ ଡେଙ୍ଗା ଓସ୍ତା ଗ୍ରାମର ମଦ ବିକ୍ରେତା ବାଳକୃଷ୍ଣ ବିଷୋୟୀ ଏବଂ ଧର୍ମପୁର ଗ୍ରାମର ଏସ. ବିଷ୍ଣୁ ଦୋରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ନିକଟରୁ ୧୩୮ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ବୁଧବାର ରାତି ପ୍ରାୟ ସାଢେ ୭ଟାରେ ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳେ ଚଢ଼ାଉ କରି ଡେଙ୍ଗା ଓସ୍ତା ଗ୍ରାମ ବଜାରରେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ବାଳକୃଷ୍ଣଙ୍କ ଦୋକାନରୁ ୧୧୨ଟି ବିଦେଶୀ ମଦ ବୋତଲ ଓ ଫ୍ରିଜ୍‌ ଜବତ କରିଥିଲେ। ତାଙ୍କ ନାଁରେ ମାମଲା ନଂ ୧୭୩/୧୯ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରିଥିଲେ। ସେହିପରି ବିଷ୍ଣୁଙ୍କ ନିକଟରୁ ୨୬ଟି ବିଦେଶୀ ମଦ ବୋତଲ ଜବତ କରିଥିଲେ।ଦୀର୍ଘ ବର୍ଷ ହେଲା ଅଭିଯୁକ୍ତ ଦ୍ବୟ ବେଆଇନ ଭାବେ ବିନା ଲାଇସେନ୍ସରେ ମଦ ବିକ୍ରି କରୁଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ପ୍ରକାଶ ଯେ, ଦିଗପହଣ୍ଡି ଥାନା ଅଧୀନ ଗାଁ ମାନଙ୍କରେ ଥିବା ଫାଷ୍ଟ ଫୁଡ ଦୋକାନ, ପାନ ଦୋକାନ, ଢାବା ହୋଟେଲ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ଚାଲିଛି। ସନ୍ଧ୍ୟା ହେଲେ ମଦ୍ୟପଙ୍କ ଉତ୍ପାତ ଯୋଗୁ ଝିଅ ବୋହୂମାନେ ରାସ୍ତାରେ ଚଳପ୍ରଚଳ ହେବାକୁ ନିରାପଦ ମଣୁନାହାନ୍ତି।