Posted inଜାତୀୟ

ବିଦେଶୀ ପୁଞ୍ଜିନିବେଶ ପାଇଁ ଦ୍ୱାର ଖୋଲିବାକୁ ପିଏମ୍‌ଓର ଯୋଜନା: ଆଣବିକ ଶକ୍ତିରେ ଏଫ୍‌ଡିଆଇକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୧୨ା୧(ଆଇଏଏନ୍‌ଏସ୍‌): ଆଣବିକ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ପକ୍ଷ ଭାବେ ଗଢ଼ି ତୋଳିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଏହି କ୍ଷେତ୍ର ଲାଗି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ଦ୍ୱାର ଖୋଲିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏନେଇ ବିଚାର କରୁଥିବାବେଳେ ଏପରି ନିଷ୍ପତ୍ତି ନିଆଗଲେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ଦେଶର ଆଣବିକ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ଏହାସହ ଭାରତର ଆଣବିକ ବିଦ୍ୟୁତ୍‌ ଶକ୍ତି ନୀତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି।
ପିଏମ୍‌ଓ ସହ ବିସ୍ତୃତ ଆଲୋଚନା ପରେ ଆଣବିକ ଶକ୍ତି ବିଭାଗ (ଡିଏଇ) ପକ୍ଷରୁ ଆଇନ ମନ୍ତ୍ରଣାଳୟଠାରୁ ଆଇନଗତ ମତାମତ ଲୋଡ଼ାଯାଇଛି। ଏଫ୍‌ଡିଆଇ ନୀତିରେ ସଂଶୋଧନ ଆଣିଲେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିପାରିବ କି ନାହିଁ ସେନେଇ ଆଇନ ମନ୍ତ୍ରଣାଳୟ ଡିଏଇକୁ ଅବଗତ କରାଇବ। ଆଟମିକ୍‌ ଏନର୍ଜି କମିଶନଠାରୁ ନୀତିରେ ସଂଶୋଧନ ପାଇଁ ପରାମର୍ଶ ମିଳିବା ପରେ ଡିଏଇ ପକ୍ଷରୁ ପିଏମ୍‌ଓକୁ ଏକ ରିପୋର୍ଟ ଦିଆଯିବା ନେଇ ପ୍ରସ୍ତାବ ରହିଛି। ଗତ ୮ ତାରିଖରେ ଡିଏଇ (ଅଣୁଶକ୍ତି ଭବନ) ଯୁଗ୍ମ ସଚିବଙ୍କ ଏକ ପତ୍ରରୁ ଏହି ବିଷୟ ଜଣାପଡ଼ିଛି। ଆଣବିକ ଶକ୍ତିରେ ଘରୋଇ ଅଂଶଧନ ନେଇ ଡିଏଇର ସ୍ପଷ୍ଟ ଆଭିମୁଖ୍ୟ ରହିଥିବା ଉକ୍ତ ଚିଠିରୁ ଜଣାପଡ଼ିଛି। କୋଇଲା, ଗ୍ୟାସ, ଜଳ ବିଦ୍ୟୁତ୍‌ ଓ ପବନ ଶକ୍ତି ପରେ ଭାରତରେ ଆଣବିକ ଶକ୍ତି ହେଉଛି ବିଦ୍ୟୁତ୍‌ ଉତ୍ପାଦନର ପଞ୍ଚମ ବୃହତ୍‌ ଉତ୍ସ। ୨୦୧୯ ପର୍ଯ୍ୟନ୍ତ ଦେଶର ୭ ଆଣବିକ ଶକ୍ତି ପ୍ରକଳ୍ପରେ ୨୨ଟି ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଯାଇ ପାରିଛି। ଏହିସବୁ ପାଓ୍ବାର ପ୍ଲାଣ୍ଟର ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ହେଉଛି ୬୭୮୦ ମେଗାଓ୍ବାଟ୍‌। ବିଦେଶୀ ପୁଞ୍ଜିନିବେଶକୁ ଏହି କ୍ଷେତ୍ରରେ ଅନୁମତି ମିଳିଲେ ଦେଶର ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବହୁଗୁଣିତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri