ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି। ତେଣୁ ବିଦେଶରେ ଫସିଥିବା ପ୍ରାୟ ୨ ଲକ୍ଷ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନରେ ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୭ରୁ ୧୩ ତାରିଖ ମଧ୍ୟରେ ୬୪ଟି ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଅଣାଯିବ ବୋଲି ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ଲଣ୍ଡନରୁ ଫେରିବାକୁ ଥିବା ଯାତ୍ରୀଙ୍କୁ ବିମାନ ଯାତ୍ରା ପାଇଁ ୫୦,୦୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଆମେରିକାରୁ ୧ ଲକ୍ଷ ଓ ଦୁବାଇରୁ ଫେରିବାକୁ ଥିବା ଭାରତୀୟଙ୍କୁ ଟିକେଟ ବାବଦକୁ ୧୩,୦୦୦ ଟଙ୍କା ଦେବାକୁ ପଡ଼ିବ। ବିଦେଶରେ ଫସିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ପ୍ରସ୍ତୁତି ବୋଲି କୁହାଯାଉଛି।
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ବିଦେଶରେ କେତେ ଭାରତୀୟ ଫସିରହିଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ କହିହେଉ ନାହିଁ। ତେବେ ସରକାରଙ୍କ ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ସଂଖ୍ୟା ୨ ଲକ୍ଷରୁ ଊର୍ଦ୍ଧ୍ୱ। ଏହି ପ୍ରୟାସ ସହ ଅନ୍ୟ ରାଜ୍ୟ ଓ ମନ୍ତ୍ରଣାଳୟଗୁଡ଼ିକର ସମ୍ପୃକ୍ତି ପରେ ଫେରିବାକୁ ଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଭାରତୀୟମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ୬୪ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪,୮୦୦ ଭାରତୀୟ ନାଗରିକ ଫେରିବେ। ପ୍ରଥମ ପର୍ଯ୍ୟାୟରେ ଭାରତରୁ ଆମେରିକା, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବ୍ରିଟେନ, ସୌଦି ଆରବ, କାତାର, ଓମାନ, ବାହାରିନ୍‌ ଓ କୁଏଟ୍‌ ଭଳି ୧୩ଟି ଦେଶରୁ ଭାରତୀୟଙ୍କୁ ଅଣାଯିବ। ସର୍ବାଧିକ ୧୫ଟି ସ୍ବତନ୍ତ୍ର ବିମାନ କେରଳରୁ ଯିବ। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଏବଂ ତାମିଲନାଡ଼ୁରୁ ୧୧ଟି ଲେଖାଏ ଚାଲିବାକୁ ଥିବାବେଳେ ମହାରାଷ୍ଟ୍ର ଓ ତେଲଙ୍ଗାନାରୁ ୭ ଏବଂ ଗୁଜରାଟରୁ ୫ ବିମାନ ଯିବ। ସେହିପରି ଜମ୍ମୁ-କଶ୍ମୀର ଓ କର୍ନାଟକରୁ ୩ଟି ଲେଖାଏ ଏବଂ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଗୋଟିଏ ଲେଖାଏ ବିମାନ ଚାଲିବ। ଏହି ସ୍ବତନ୍ତ୍ର ବିମାନଗୁଡ଼ିକ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଦ୍ୱାରା ପରିଚାଳିତ।
ପ୍ରତ୍ୟେକ ବିମାନରେ ୨୦୦ରୁ ୩୦୦ ମଧ୍ୟରେ ଯାତ୍ରୀ ସାମାଜିକ ଦୂରତ୍ୱ ବଜାୟ ରଖି ଯାତ୍ରା କରିପାରିବେ। ବିମାନରେ ଚଢ଼ିବା ପୂର୍ବରୁ ଜ୍ୱର, କଫ ଓ ଡାଇବେଟିସ୍‌ କିମ୍ବା ଶ୍ୱାସଜନିତ ରୋଗ ଯାଞ୍ଚ ଲାଗି ସେମାନଙ୍କୁ ସ୍କ୍ରିନିଂ କରାଯିବ। କେବଳ କରୋନା ଲକ୍ଷଣ ନ ଥିବା ଲୋକଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ଫେରିବା ପରେ ଯାତ୍ରୀଙ୍କୁ ପୁଣି ସ୍କ୍ରିନିଂ କରାଯିବ। ସେମାନଙ୍କୁ ଘରୋଇ କିମ୍ବା ସରକାରୀ ହସ୍ପିଟାଲରେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ। କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ଏହି ବିଦେଶାଗତ ଭାରତୀୟମାନଙ୍କ କୋଭିଡ୍‌-୧୯ ଟେଷ୍ଟ ମଧ୍ୟ କରାଯିବ।
ଅନୁରୂପ ଭାବେ ଭାରତରେ ଫସିରହିଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକର ନାଗରିକମାନଙ୍କୁ ମଧ୍ୟ ସରକାର ସେମାନଙ୍କ ଦେଶକୁ ଫେରାଇବା ବ୍ୟବସ୍ଥା କରିଛନ୍ତି। ଏହି ପ୍ରତ୍ୟର୍ପଣ ପ୍ରକ୍ରିୟାରେ କେତେକ ଘରୋଇ ବିମାନ ସେବା ପ୍ରଦାନକାରୀ ଏୟାରଲାଇନ୍ସକୁ ମଧ୍ୟ ସାମିଲ କରାଯିବ। ଭାରତୀୟ ନୌସେନା ପକ୍ଷରୁ ମଧ୍ୟ ତିନୋଟି ଜାହାଜ ଚାଲିବ। ପଶ୍ଚିମ ଏସିଆ ଓ ମାଳଦ୍ୱୀପରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଏହି ଜାହାଜଗୁଡ଼ିକୁ ପଠାଯିବ।

ଟିକେଟ ଖର୍ଚ୍ଚ କେଉଁଠୁ କେତେ
ବିଦେଶରେ ଫସିଥିବା ଭାରତୀୟମାନେ ସ୍ବଦେଶକୁ ଫେରିବାକୁ ଚାହିଁଥିଲେ ସେମାନେ ନିଜ ଖର୍ଚ୍ଚରେ ଆସିବେ। ଯାତ୍ରୀମାନଙ୍କୁ ଲଣ୍ଡନରୁ ଦିଲ୍ଲୀ, ମୁମ୍ବାଇ କିମ୍ବା ବେଙ୍ଗାଲୁରୁକୁ ବିମାନରେ ଆସିବା ଲାଗି ଟିକେଟ ଖର୍ଚ୍ଚ ୫୦,୦୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଆମେରିକାର ନଓ୍ବୋର୍କ, ଶିକାଗୋ କିମ୍ବା ସାନ୍‌ ଫ୍ରାନ୍ସିସ୍କୋରୁ ଫେରିବାକୁ ଥିବା ଭାରତୀୟ ୧ ଲକ୍ଷ ଟଙ୍କା ଦେବେ। ଦୁବାଇ ଓ ଆବୁଧାବିରୁ ପ୍ରତ୍ୟାବର୍ତ୍ତନ ଚାହୁଁଥିବା ଭାରତୀୟ ଏହି ବାବଦକୁ ଯଥାକ୍ରମେ ୧୩,୦୦୦ ଓ ୧୫,୦୦୦ ଟଙ୍କା ଦେଇ ଟିକେଟ କାଟିବେ। ସିଙ୍ଗାପୁରରେ ଥିବା ଭାରତୀୟମାନେ ଜଣପିଛା ଯଥାକ୍ରମେ ୨୦,୦୦୦ ଓ ୧୮,୦୦୦ ଟଙ୍କା ଦେଇ ଦିଲ୍ଲୀ ଓ ବେଙ୍ଗାଲୁରୁ ଫେରିପାରିବେ। ଢାକାରୁ ଦିଲ୍ଲୀକୁ ଫେରିବାକୁ ଥିବା ସ୍ବତନ୍ତ୍ର ବିମାନର ଟିକେଟ ଖର୍ଚ୍ଚ ୧୨,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଶ୍ରୀନଗରକୁ ଆସିବାକୁ ଚାହୁଁଥିବା ଭାରତୀୟଙ୍କୁ ଯାତ୍ରା ଖର୍ଚ୍ଚ ୧୫,୦୦୦ ଟଙ୍କା ପଡ଼ିବ। କୁଏଟ୍‌ରୁ ଅହମଦାବାଦ ଓ ହାଇଦ୍ରାବାଦକୁ ଆସିବାକୁ ଥିବା ବିମାନର ଟିକେଟ ମୂଲ୍ୟ ଯଥାକ୍ରମେ ୧୪,୦୦୦ ଓ ୨୦,୦୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri