ବିଦା ହେଉଛନ୍ତି ଓଡ଼ିଆ ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୪।୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହିଥିବା ଏକମାତ୍ର ପେଲେଟ କାରଖାନା ବିଆର୍‌ପିଏଲ୍‌ (ବ୍ରାହ୍ମଣୀ ରିଭର୍ସ ପିଲେଟ୍ସ ଲିମିଟେଡ) ରେ ଅଣଓଡିଆଙ୍କ ପ୍ରାଧାନ୍ୟ ଅଧିକ ରହୁଛି। ମନମୁଖି ଭାବେ ସ୍ଥାନୀୟ କର୍ମଚାରୀ ଓ ଶ୍ରମିକଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି। ବିଆର୍‌ପିଏଲ୍‌କୁ ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିବାପରେ ଗତ ୨ବର୍ଷ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏପରି କି କେତେକ ବିଭିନ୍ନ କାରଣରୁ ଚାକିରି ଛାଡିଛନ୍ତି। ଗତ ମାର୍ଚ୍ଚ ମାସରେ ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ବିନାୟକ ଜେନାଙ୍କୁ ବିନା କାରଣରେ ଚାକିରିରୁ ବାହାର କରି ଦିଆଯାଇଛି। ଗରିବ ହୋଇଥିବାରୁ ଗତ ୩ ମାସ ହେଲା ସେ ନ୍ୟାୟ ପାଇ ପାରୁ ନାହାନ୍ତି। ଯଦି ତାଙ୍କୁ ପୁନଃନିଯୁକ୍ତି ନ ମିଳେ ତେବେ ଶ୍ରମ ଆଇନର ହସ୍ତକ୍ଷେପ ଲୋଡିବେ ବୋଲି ବିନାୟକ କହିଛନ୍ତି। ଗୋଟିଏ ପଟେ କମ୍ପାନୀ ସ୍ଥାନୀୟ କର୍ମଚାରୀ ଓ ଅଧିକାରୀଙ୍କୁ ବିଦା କରୁଥିବାବେଳେ ଅନ୍ୟପଟେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟ ବାହାରୁ କର୍ମଚାରୀ ଓ ଅଧିକାରୀଙ୍କୁ ଆଣି ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ବିଆର୍‌ପିଏଲ୍‌କୁ ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିବା ପରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଫସର ଫାଟିଛି ବୋଲି ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକ ପ୍ରକାଶ କରିଛନ୍ତି।
ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁଯାୟୀ କେନ୍ଦୁଝର ଜିଲାର ବଡ଼ବିଲ୍‌ଠାରେ ବାର୍ଷିକ ୪.୭ ନିୟୁତ ମେଟ୍ରିକ ଟନ ଉପତ୍ାଦନ କ୍ଷମତାବିଶିଷ୍ଟ ଲୌହ ବିଶୋଧନାଗାର ପ୍ରତିଷ୍ଠିତ ହୋଇଥିଲା। ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ ଲାଇନ ପ୍ରତିଷ୍ଠା କରିଥିଲା। ୨୦୧୬ ସେପ୍ଟେମ୍ବର ମାସର ସୂଚନା ଅନୁଯାୟୀ ୧୨୫ ଜଣ ଅଧିକାରୀ ଓ କର୍ମଚାରୀ କାମ କରୁଥିଲେ। ଏଥିରେ ରାଜ୍ୟର ୯୪ ଜଣ ଓ ରାଜ୍ୟ ବାହାରର ୩୧ଜଣ ରହିଥିଲେ। କିନ୍ତୁ ଗତ ୪ବର୍ଷ ମଧ୍ୟରେ ଏହି ପରିସଂଖ୍ୟାନରେ ବ୍ୟାପକ ପରିବର୍ତ୍ତନ ହୋଇଛି। ନିଯୁକ୍ତି ସଂଖ୍ୟା ହ୍ରାସ ପାଇଥିବାବେଳେ ଓଡିଆ କର୍ମଚାରୀ ବିଦା ହୋଇଛନ୍ତି। ଅଣଓଡ଼ିଆଙ୍କୁ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଯାହାକି ବିନାୟକଙ୍କୁ ବିଦା କରିବା ଘଟଣାରୁ ସ୍ପଷ୍ଟ ବାରି ହେଉଛି। ବିନାୟକଙ୍କ କହିବା ଅନୁଯାୟୀ ଅଧିକାରୀଙ୍କ ମନମାନିରେ ଶ୍ରମିକମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି। କରୋନା ସମୟରେ ନିଯୁକ୍ତି ହରାଇ ସେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏହାସହ କେତେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ନିର୍ଯାତିତ ହୋଇ ବାଧ୍ୟ ହୋଇ ଚାକିରି ଛାଡିଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ କାରଖାନା ଦ୍ୱାରା ପ୍ରଭାବିତ ସାରଙ୍ଗପୁର, ଖୁରୁଣ୍ଟି, କଳାମାଟିଆ, ଗାଡପୁର, ହାଟିଂ, ବାନ୍ଦରାଗଡିଆ ଆଦି ଗ୍ରାମବାସୀ ଏଥିଯୋଗୁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। କିନ୍ତୁ ରାଜନୈତିକ ପ୍ରଭାବ ବଳରେ ସମସ୍ତ ଅଭିଯୋଗ ଚାପି ରହିଯାଉଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତିଙ୍କ କହିବା ହେଲା ଅଣଓଡ଼ିଆଙ୍କ କବ୍‌ଜାରେ ବିଆର୍‌ପିଏଲ କାରଖାନା ଚାଲିଛି। ଶ୍ରମ ଆଇନକୁ ଉଲ୍ଲଂଘନ କରି ଶ୍ରମିକମାନଙ୍କୁ ଛଟେଇ କରାଯାଉଛି। ଶ୍ରମ ବିଭାଗର ଅପାରଗତା ଯୋଗୁ ନିର୍ଯାତିତ ଶ୍ରମିକ ନ୍ୟାୟ ପାଇବାରୁ ବଞ୍ଚତ୍ତ ରହିଛନ୍ତି ବୋଲି ମହାନ୍ତି କହିଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ବିଆର୍‌ପିଏଲ୍‌ର ଏମ୍‌ଡି ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri