ନୂଆଦିଲ୍ଲୀ,୧୭-୫: ଅର୍ଥ ଆୟୋଗ ବୁଧବାର ଏଠାରେ ଅର୍ଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବିତ୍ତୀୟ ତଥା ଆର୍ଥିକ ପରିଚାଳନା ନେଇ ଆଲୋଚନା କରିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚକୁ ତର୍କସଙ୍ଗତ କରିବା ଲାଗି ମଧ୍ୟ ଆଲୋଚନା ହୋଇଥିଲା। ଗୁରୁବାର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ଅର୍ଥ ଆୟୋଗଙ୍କ ସୁପାରିସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିିକୁ ଏକତ୍ର ଯୋଡିବା ଲାଗି ପରାମର୍ଶ ଦିଆଯାଇଛି। ଏଗୁଡ଼ିକୁ ନୂଆ ଜୀବନ ଚକ୍ର ସହ ଯୋଡାଯିବା ଆବଶ୍ୟକ ବୋଲି କୁହାଯାଇଛି। ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ହିଁ ତୁଲାଇଥାନ୍ତି। ଏଥିପାଇଁ କେନ୍ଦ୍ର କେବଳ ଆର୍ଥିକ ସହାୟତା ଦେଇଥାଏ। ତେବେ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚର ଏକ ଅଂଶ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ବହନ କରିବାକୁ ପଡେ। ପ୍ରତ୍ୟକ୍ଷ ଟିକସ ଆଦାୟକୁ ନେଇ ୧୫ତମ ଅର୍ଥ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପରୋକ୍ଷ ଟିକସ ଆଦାୟକୁ ନେଇ ଅସନ୍ତୁଷ୍ଟ ଥିବା ଜଣାଇଛନ୍ତି। ଅନୁଷ୍ଠିତ ବୈଠକରେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, ସିବିଡିଟି ଅଧ୍ୟକ୍ଷ ପି.ସି.ମୁଡି ଏବଂ ସିବିଆଇସି ଅଧ୍ୟକ୍ଷ ପି.କେ. ଦାସ ସାମିଲ ହୋଇଥିଲେ। ତେବେ ଅର୍ଥ ଆୟୋଗ ପକ୍ଷରୁ ଏନ୍. ସିଂ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...
ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!
ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...
୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...
ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...
Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..
ନୂଆଦିଲ୍ଲୀ,୨୬।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...
୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?
ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...
Post Officeର ଏହି ସ୍କିମ୍ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...
୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…
ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...
Archives


