Categories: ବାଣିଜ୍ୟ

ବିତ୍ତୀୟ ନିଅଣ୍ଟ ୭୮% ଟପିଲା

ନୂଆଦିଲ୍ଲୀ,୧-୧୦: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଅଗଷ୍ଟ ମାସ ଶେଷ ସୁଦ୍ଧା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୭୮.୭% ଟପି ୫.୫୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ସୋମବାର କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ ପ୍ରଦାନ କରିଥିବା ତଥ୍ୟ ମୁତାବକ ଏହା ୫,୫୩,୮୪୦ କୋଟି ଟଙ୍କା ରହିଛି। ଗତବର୍ଷ ସମାନ ମାସରେ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୮୬.୫% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଲାଗି ବିତ୍ତୀୟ ନିଅଣ୍ଟକୁ ୭.୦୩ ଲକ୍ଷ କୋଟିରେ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ବିତ୍ତୀୟ ନିଅଣ୍ଟକୁ ମୋଟ ଜିଡିପିର ୩.୩%ରେ ନିୟନ୍ତ୍ରଣ ରଖିବାକୁ ଯୋଜନା ରହିଛି। ଅଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ସୋମବାର କହିଛନ୍ତି ଯେ, ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛନ୍ତି। ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟାର୍ଦ୍ଧରେ ୨.୬୮ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ଯୋଜନା ରଖାଯାଇଛି।

Share