ବିତ୍ତିୟ ନିଅଣ୍ଟ ଚିନ୍ତା; ଖର୍ଚ୍ଚ କାଟ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୮-୧: ସରକାରଙ୍କ ଖର୍ଚ୍ଚ ବଢିଥିଲେ ମଧ୍ୟ ସେହି ମୁତାବକ ରାଜସ୍ବ ଆସିବା ଏବେ କଷ୍ଟକର ହେଉଛି। ରାଜସ୍ବ ସଂଗ୍ରହ କମିଥିବା ବେଳେ ବିତ୍ତୀୟ ନିଅଣ୍ଟ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୧୧୫% ଟପିଛି। ସରକାର ନିଅଣ୍ଟକୁ ନିୟନ୍ତ୍ରିତ କରିବା ଲାଗି ଖର୍ଚ୍ଚ କାଟ ଯୋଜନା ହାତକୁ ନେବାକୁ ଚିନ୍ତା କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ସରକାର ତାଙ୍କର ମୋଟ ଖର୍ଚ୍ଚରୁ ୨୭.୮୧ ବିଲିୟନ ଡଲାର ବା ପ୍ରାୟ ୨ ଲକ୍ଷ କୋଟି କାଟ କରିପାରନ୍ତି। ପ୍ରକ୍ରିୟା ସହ ଜଡିତ ଜଣେ ସରକାରୀ ଅଧିକାରୀ ଏସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଏସିଆର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ଭାରତ ବର୍ତ୍ତମାନ ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ୬ବର୍ଷର ନିମ୍ନରେ ରହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ବିକାଶ ହାର ୪.୫%କୁ ଖସି ଆସିଛି। ଏବେ ଚାହିଦା ଏବଂ ଘରୋଇ ନିବେଶ କମିବା ଯୋଗୁ ଅର୍ଥ ବ୍ୟବସ୍ଥାର ବିକାଶ ହାର ମନ୍ଥର ହୋଇଛି। ଏଭଳି ସ୍ଥିତିରେ ସରକାର ଯଦି ଖର୍ଚ୍ଚ କମାନ୍ତି ଏହା ଦେଶର ଅର୍ଥ ବ୍ୟବସ୍ଥାର ବିକାଶ ହାର ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦେଶର ରାଜକୋଷକୁ ୨.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ କମ୍‌ ଆସୁଥିବାରୁ ବିତ୍ତୀୟ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ସରକାରଙ୍କ ପାଖରେ ବିକଳ୍ପ କମ୍‌ ରହୁଛି। ଏଣୁ ସରକାର ଏଭଳି ପଦକ୍ଷେପ ନେଇ ପାରନ୍ତି ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି। ନଭେମ୍ବର ଶେଷ ସୁଦ୍ଧା ମୋଟ ବ୍ୟୟ ଅଟକଳ ୨୭.୮୬ ଲକ୍ଷ କୋଟି ମଧ୍ୟରୁ ମଧ୍ୟରୁ ସରକାର ନଭେମ୍ବର ସୁଦ୍ଧା ୬୫% ଅର୍ଥ ଖର୍ଚ୍ଚ କରିଛନ୍ତି। ମାତ୍ର ଅକ୍ଟୋବର ଏବଂ ନଭେମ୍ବରରେ ଯେଉଁ ଭାବେ ଖର୍ଚ୍ଚ କରାଯିବା କଥା ତାର ହାରକୁ କମାଯାଇଛି ବୋଲି ସରକାରୀ ଡାଟା ପ୍ରକାଶ ପାଇଛି। ୨ ଲକ୍ଷ କୋଟି ଖର୍ଚ୍ଚ କମିଲେ ଏହା ମୋଟ ଅଟକଳର ପ୍ରାୟ ୭% ହେବ। ଅକ୍ଟୋବର ନଭେମ୍ବରରେ ସରକାରଙ୍କ ଖର୍ଚ୍ଚ ୧.୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ସେପ୍ଟେମ୍ବରରେ ଖର୍ଚ୍ଚ ତୁଳନାରେ ପ୍ରାୟ ଅଧା। ସେପ୍ଟେମ୍ବରରେ ସରକାର ୩.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଚାହିଦା ହ୍ରାସ ଏବଂ କର୍ପୋରେଟଗୁଡିକର ଆୟ କମିବା ଯୋଗୁ ଚଳିତ ବର୍ଷ ସରକାରଙ୍କ ରାଜସ୍ବ ମଧ୍ୟ କମୁଛି। ଏହା ଯୋଗୁ ଅର୍ଥବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଯେତେବେଳେ ଘରୋଇ କମ୍ପାନୀଙ୍କ ନିବେଶ ଅତିମାତ୍ରାରେ ହ୍ରାସ ଘଟେ ସେତେବେଳେ ଅର୍ଥ ବ୍ୟବସ୍ଥାର ବିକାଶ ହାର ଧିମା ହୋଇଥାଏ ବୋଲି ଏଲ୍‌ଆଣ୍ଡଟି ଫାଇନାନ୍ସର ମୁଖ୍ୟ ଅର୍ଥନୀତିଜ୍ଞ ରୂପା.ଆର. ନିତୁସାର୍‌ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ ୧୩୫ ବେସିସ୍‌ ପଏଣ୍ଟ ରେପୋ କମାଇବା ପରେ ମଧ୍ୟ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ଦେଖାଯାଇନାହିଁ। ଅର୍ଥ ବ୍ୟବସ୍ଥା ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ବେଳେ ଦରଦାମ ବଢୁଥିବାରୁ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଶେଷଥର ହୋଇଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧହାର ହ୍ରାସ ଧାରାରେ ବିରତି ଦେଇଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ବିକାଶ ହାର ୫%କୁ ଖସିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ପୂର୍ବାନୁମାନରେ କହିଛି। ଏହା ହେଲେ ବିକାଶ ହାର ୧୦ ବର୍ଷର ନିମ୍ନ ସ୍ତରକୁ ଖସିଯିବ। ଗତ ବର୍ଷ ସେପ୍ଟେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କର୍ପୋରେଟ ଟିକସକୁ କମାଇବା ସତ୍ୱେ ଘରୋଇ ବଜାରରେ ଉତ୍ସାହଜନକ ନିବେଶ ଦେଖାଯାଇନାହିଁ। ଚଳିତ ଆର୍ଥତ୍କ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ମୋଟ ଜିଡିପିର ୩.୮% ରଖିପାରନ୍ତି। ଏହା ପୂର୍ବରୁ ୩.୩% ସ୍ତରରେ ରହିଥିଲା। ଅତିରିକ୍ତ ଋଣ କରିବା ନେଇ ସରକାର ଶୀଘ୍ର ଘୋଷଣା କରିପାରନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri