ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ ବିଜୁ ଯୁବବାହିନୀ ସଂଯୋଜକ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରଥିଲେ। ଏହା ଦ୍ୱାରା ସମସ୍ୟା ସମାଧାନର ବାଟ ବାହାରିପାରି ନ ଥିବା ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ମହୀପୁର ପଞ୍ଚାୟତ ମାଳିସର ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଏକ ଲକ୍ଷ ପଚାଶ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି ଗୃହ ନିର୍ମାଣ ପାଇଁ ଗ୍ରାମର ଅଧିକାଂଶ ଲୋକ ଗ୍ରାମର ମଧ୍ୟସ୍ଥଳ ବାଛିଥିଲେ। ହେଲେ ସରପଞ୍ଚ କେତେଜଣ ଲୋକଙ୍କ କଥାରେ ଅନ୍ୟ ସ୍ଥାନରେ ନିର୍ମାଣ କରୁଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରି ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସହକାରୀ ଯନ୍ତ୍ରୀ ଓ ବିଡିଓ ଉକ୍ତ ସ୍ଥାନ ପରିଦର୍ଶନ କରି ଗ୍ରାମବାସୀଙ୍କ କହିବା ମୁତାବକ ସ୍ଥାନରେ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ହୋଇପାରୁ ନ ଥିବାରୁ ଗ୍ରାମବାସୀ ସୋମବାର ବିଡିଓଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲେ। ସେହିପରି ବାହାଡାଝୋଲା ପଞ୍ଚାୟତର ପ୍ରସନ୍ନ ବକ୍ସି, ଅରକ୍ଷିତ ସାହୁ, ସନ୍ତୋଷ ସାହୁ, କୃଷ୍ଣ ମୋହନ ପାତ୍ର, ଆନନ୍ଦ ଚନ୍ଦ୍ର ସାହୁ, ମନୋଜ ସାହୁ, ଗଗନ କୁମାର ସାହୁ, ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମର ଉର୍ମିଳା ସାହୁଙ୍କୁ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଆବାସ ଯୋଜନାରେ ପାତରଅନ୍ତର କରୁଥିବା ଅଭିଯୋଗ ନେଇ ବିଡିଓଙ୍କୁ ଗୁହାରି କରିବା ପାଇଁ ଆସିଥିଲେ। ପାରାଢିପ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଦେହୁଡି ଓ ଜୟକୃଷ୍ଣ ଦେହୁଡିଙ୍କୁ ବିଜୁ ପକ୍କାଘର ବିଲ୍ ନ ମିଳିବା ନେଇ ଗ୍ରାମବାସୀ ଅଭିଯୋଗପତ୍ର ଧରି ଆସିଥିଲେ। ହେଲେ ବିଡିଓ ଦିନତମାମ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସମସ୍ତ ଅଭିଯୋଗକାରୀ ନିରାଶ ହୋଇଥିଲେ। ଶେଷରେ ବିଜୁ ବାହିନୀର ବ୍ଲକ ସଂଯୋଜକ ରଘୁନାଥ ଦୁଆରି ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏ ସମ୍ପର୍କରେ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଅନୁପସ୍ଥିତ ଥିବାରୁ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲି। କିନ୍ତୁ ସେ କାହିଁକି ଅଭିଯୋଗପତ୍ର ଗ୍ରହଣ କରି ନାହାନ୍ତି ମୁଁ ପଚାରି ବୁଝିବି।
ପେନସନ୍ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ
ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍ କରାଇ ଦେବାକୁ ଲାଞ୍ଚ ନେଉଥିବା…
ଓଲଟିଲା ଟୁରିଷ୍ଟ ବସ୍: ଚାଲିଗଲା ୫ ଜୀବନ
ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…
ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…
ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…
ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ
ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…
ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ
ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…
ବିଳମ୍ବିତ ରାତିରେ ଘରେ ପଶିଗଲା ଆମ୍ବୁଲାନ୍ସ
ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…
ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ
ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…
ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍ ଅଫିସ୍ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ
ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…
Archives

