Posted inଖେଳ

ବିଜୟ ହଜାରେ ଟ୍ରଫି: କର୍ନାଟକକୁ ଚତୁର୍ଥ ଟାଇଟଲ

ବେଙ୍ଗାଲୁରୁ, ୨୫।୧୦(ପି.ଟି.)- ନିଜ ଜନ୍ମଦିନରେ ଅଭିମୁନ୍ୟ ମିଥୁନ୍‌ ହ୍ୟାଟ୍ରିକ ଉଇକେଟ ନେବା ସହ କର୍ନାଟକକୁ ବିଜୟ ହଜାରେ ଟ୍ରଫିରେ ଚାମ୍ପିୟନ କରାଇଛନ୍ତି। ଦେଶର ସର୍ବବୃହତ୍‌ ଦିନିକିଆ ଟୁର୍ନାମେଣ୍ଟ ବା ଦିନିକିଆ ରଣଜୀ ଟ୍ରଫି ରୁପେ ପରିଚିତ ବିଜୟ ହାଜାରେ ଟ୍ରଫିରେ ଏଥର କର୍ନାଟକ ପ୍ରତିପକ୍ଷ ତାମିଲନାଡୁକୁ ଭିଜେଡି ନିୟମରେ ୬୦ ରନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ହାସଲ କରିଛି। ପୂର୍ବରୁ ତାମିଲନାଡୁ ୫ଥର ଚାମ୍ପିୟନ ହୋଇଥିଲେ ମଧ୍ୟ ଏଥର ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। କର୍ନାଟକ ପୂର୍ବରୁ ୨୦୧୩-୧୪, ୨୦୧୪-୧୫ ଓ ୨୦୧୭- ୧୮ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।
ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ କର୍ନାଟକ ମେଘୁଆ ପାଗରେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ଓପନର ଅଭିନବ ମୁକୁନ୍ଦ ଓ ବାବା ଅପରାଜିତଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୯.୫ ଓଭରରେ ୨୫୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ କର୍ନାଟକ ବ୍ୟାଟିଂ ଆରମ୍ଭ କରି ୨୩ ଓଭରରେ ୧ ଉଇକେଟ ହରାଇ ୧୪୬ ରନ କରିଥିବା ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ବର୍ଷା କାରଣରୁ ଘରୋଇ କ୍ରିକେଟରେ ଫଳାଫଳ ପାଇଁ ବ୍ୟବହୃତ ହେଉଥିବା ଭିଜେଡି ମେଥଡ ବା ନିୟମରେ କର୍ନାଟକ ବୃହତ୍‌ ୬୦ ରନରେ ବିଜୟୀ ଘୋଷିତ ହୋଇଥିଲା। ହ୍ୟାଟ୍ରିକ ଅର୍ଜନ କରିବା ସହ ୩୪ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ମିଥୁନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଓପନର ଲୋକେଶ ରାହୁଲ ୭୨ ବଲ୍‌ରୁ ୫ ଚୌକା ସହ ୫୨ ଓ ମୟଙ୍କ ଅଗ୍ରଓ୍ବାଲ ୫୫ ବଲରୁ ୭ ଚୌକା ଓ ୩ ଛକା ସହ ୬୯ ରନ କରି ଅପରାଜିତ ରହିଥିଲେ। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଦେବଦୁତ୍ତ ପଡିକାଲ ୧୧ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କ ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ତରଫରୁ ମୁକୁନ୍ଦ ୧୧୦ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୮୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ବାବା ଅପରାଜିତ ୬୬ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ୩୮, ଏମ୍‌. ଶାହରୁଖ ଖାଁ ୨୭, ଏମ୍‌. ମହମ୍ମଦ ୧୦, ଉଇକେଟକିପର ତଥା ଅଧିନାୟକ ଦୀନେଶ କାର୍ତ୍ତିକ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। କର୍ନାଟକ ବୋଲର ମିଥୁନ ୫୦ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ କ୍ରମାଗତ ଭାବେ ଶାହୁରଖ ଖାଁ, ଏମ୍‌. ମହମ୍ମଦ ଓ ମୁରୁଗାନ ଅଶ୍ୱିନଙ୍କ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏଥି ସହିତ ସେ ଲିଷ୍ଟ ଏ’ ଗେମ୍‌ରେ ସେ ତାଙ୍କର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୋଲିଂରେ ଅନ୍ୟମାନଙ୍କ ମଧ୍ୟରେ କର୍ନାଟକ ତରଫରୁ ଭି. କୌଶିକ ୨, ପ୍ରତୀକ ଜୈନ ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦଳର ବିଜୟରେ କର୍ନାଟକ ଅଧିନାୟକ ମନୀଷ ପାଣ୍ଡେ ଖୁସି ଜାହିର କରିଛନ୍ତି। ସାରା ଟୁର୍ନାମେଣ୍ଟ ଆମ ଦଳ ଯେପରି ଖେଳିଲା ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି।
ସଂକ୍ଷିପ୍ତ ସ୍କୋର:
ତାମିଲନାଡୁ ୪୯.୫ ଓଭରରେ ୨୫୨ ଅଲଆଉଟ
(ମୁକୁନ୍ଦ- ୮୫, ଅପରାଜିତ- ୬୬, ଶଙ୍କର- ୩୮, ଶାହରୁଖ- ୨୭, ମିଥୁନ- ୫/୩୪, କୌଶିକ- ୨/୩୯)।
କର୍ନାଟକ ୨୩ ଓଭରରେ ୧୪୬/୧
(ରାହୁଲ- ୫୨*, ଅଗ୍ରଓ୍ବାଲ- ୬୯*, ଓ୍ବାଶିଂଟନ- ୧/୫୯)।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri