Posted inଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ,୧୭ | ୯-
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ପ୍ରତିଯୋଗିତାରୁ ବିସିସିଆଇର ଚଳିତବର୍ଷ ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଏଲିଟ ଗ୍ରୁପ-ବିରେ ସ୍ଥାନ ପାଇଛି । ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସୋମବାର ରାଜ୍ୟ ଦଳ ଘୋଷଣା କରାଯାଇଛି । ଦଳରେ ଜୁନିୟର ବର୍ଗର ପ୍ରତିଭା ସମ୍ପନ୍ନ ଖେଳାଳି ତଥା ଡାହାଣହାତୀ ବ୍ୟାଟ୍ସମ୍ୟାନ ସ୍ବସ୍ତିକ ସାମଲ ଓ ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ନୂଆମୁହଁ ଭାବେ ସାମିଲ ହୋଇଛନ୍ତି । ଉଭୟଙ୍କ ପାଖରେ ଅଲରାଉଣ୍ଡର ଦକ୍ଷତା ମଧ୍ୟ ରହିଛି। ଅନ୍ୟପକ୍ଷରେ ପୂର୍ବରୁ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଥିବା ଅଭିଷେକ ଯାଦବ ପୁର୍ନବାର ରାଜ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଭିଷେକ ଗତ ସଂସ୍କରଣରେ ରେଲୱେ ନିମନ୍ତେ ଖେଳୁଥିଲେ । ଦଳର ଅଧିନାୟକ ଭାର ରହିଛି ଯୁବ ତାରକା ଶୁଭ୍ରାଂଶୁ ସେନାପତିଙ୍କ କାନ୍ଧରେ। ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଦଳରେ ଥିବା ବେଳେ ବିପ୍ଳବ ସାମନ୍ତରାୟଙ୍କୁ ବିଶ୍ରାମ ଦିଆଯାଇଛି । ସିନିୟର ଦଳ ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି ଏ ସମ୍ପର୍କରେ କହିଛନ୍ତି ଯେ, ବିପ୍ଳବଙ୍କ ଉପରେ ଦଳର ଅନେକ ଭରସା ରଖିଛି । ସେ ଆଘାତ ନ ଥିଲେ ମଧ୍ୟ ଫିଲ୍ଡରେ ତାଙ୍କ ପ୍ରଦର୍ଶନକୁ ନେଇ କିଛି ଆଶଙ୍କା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ବିପ୍ଳବଙ୍କୁ ନେଇ ଦଳ ନିଃଶ୍ଚିତ ପଡ଼ିଆକୁ ଓହ୍ଲାଇବ ବୋଲି ବିଷ୍ଣୁଦେବଙ୍କ ମତ। ଅଧିନାୟକ ଶୁଭ୍ରାଂଶୁ ନିଜ ପ୍ରତିକ୍ରିୟାରେ କହିଥିଲେ, ଯୁବ ପ୍ରତିଭା ଅଧିକ ଅଛନ୍ତି । ଏଣୁ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ। ଏହି ଚ୍ୟାଲେଞ୍ଜ ସମ୍ମୁଖୀନ କରିବାକୁ ଆମେ ପ୍ରସ୍ତୁତ ବୋଲି ଶୁଭ୍ରାଂଶୁଙ୍କ କହିଥିଲେ। ଅନ୍ୟପକ୍ଷରେ ୯ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଭଦୋଦରାଠାରେ ଆସନ୍ତା ୨୪ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ ବରୋଦା ବିପକ୍ଷରେ ଖେଳିବ । ୨୧ ତାରିଖରେ ଦଳ ବରୋଦା ଅଭିମୁଖେ ଯାତ୍ରା କରିବ ।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ସ୍ବସ୍ତିକ ସାମଲ, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂ, ସୁଜିତ ଲେଙ୍କା(ଉଇକେଟ କିପର), ପପୁ ରାୟ, ଦୀପକ ରଞ୍ଜନ ବେହେରା । କୋଚ୍‌: ରଶ୍ମୀରଞ୍ଜନ ପରିଡ଼ା, ଫିଜିଓ: ଶୁଭକାନ୍ତ ସାହୁ, ଟ୍ରେନର: ମନୋଜ କୁମାର ବିଶ୍ୱାଳ ।
ଷ୍ଟାଣ୍ଡବାଇ: ଶୁଭମ ନାୟକ, ଅଙ୍କିତ ଯାଦବ, ରାଜକିଶନ ପଟେଲ, ଐଶକାନ୍ତ ସାହୁ, ପ୍ରୀତ କନୱର ସିଂ ଚୌହ୍ବାନ, କ୍ରୀଷ୍ଣା ପଲେଇ, ଆଶୁତୋଷ ଦାସ, ଆଶିଷ ରାୟ, ପ୍ରବୀଣ ଲୋହା ।
କାର୍ଯ୍ୟସୂଚୀ
ସେପ୍ଟେମ୍ବର ୨୪- ଓଡ଼ିଶା ବନାମ ବରୋଦା
ସେପ୍ଟେମ୍ବର ୨୬- ଓଡ଼ିଶା ବନାମ ହରିୟାଣା
ସେପ୍ଟେମ୍ବର ୨୮- ଓଡ଼ିଶା ବନାମ ହିମାଚଳପ୍ରଦେଶ
ସେପ୍ଟେମ୍ବର ୨୯- ଓଡ଼ିଶା ବନାମ ଦିଲ୍ଲୀ
ଅକ୍ଟୋବର ୩- ଓଡ଼ିଶା ବନାମ ବିଦର୍ଭ
ଅକ୍ଟୋବର ୭- ଓଡ଼ିଶା ବନାମ ଉତ୍ତରପ୍ରଦେଶ
ଅକ୍ଟୋବର ୯- ଓଡ଼ିଶା ବନାମ ମହାରାଷ୍ଟ୍ର
ଅକ୍ଟୋବର ୧୩- ଓଡ଼ିଶା ବନାମ ପଞ୍ଜାବ


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri