Posted inଖେଳ

ବିଜୟ ସହ ଭାରତର ଅଭିଯାନ ଶେଷ

ଅକ୍‌ଲାଣ୍ଡ,୫।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି। ଦଳ ତା’ର ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ ଦେଇଛି। ବିଜୟୀ ଦଳ ପାଇଁ ନବନିତ କୌର ଡବଲ ଗୋଲ ଦେଇଥିବାବେଳେ ଶର୍ମିଲା ଗୋଟିଏ ଗୋଲ ସ୍କୋର କରିଥିଲେ।
ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରର ୪୫ତମ ମିନିଟ୍‌ରେ ନବନିତ ପ୍ରଥମ ଗୋଲ କରିଥିଲେ। ଏହାର ୯ ମିନିଟ୍‌ ପରେ ଭାରତୀୟ ଦଳର ଅଗ୍ରଣୀ ବ୍ୟବଧାନକୁ ଦୁଇଗୁଣିତ କରିଥିଲେ ଶର୍ମିଲା (୫୪ତମ)। ୫୬ ମିନିଟ୍‌ରେ ନବନିତ ବ୍ୟକ୍ତିଗତ ଦ୍ୱିତୀୟ ଓ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳ ଟୁରର ପ୍ରଥମ ମ୍ୟାଚ୍‌ରେ ୪-୦ ଗୋଲରେ ନ୍ୟୁଜିଲାଣ୍ଡ ଡେଭଲପମେଣ୍ଟ ଦଳକୁ ହରାଇଥିଲା। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଭାରତ ୧-୨ ଓ ୦-୧ ଗୋଲରେ ପରାସ୍ତ ହୋଇଥିଲା। ଅଧିନାୟିକା ରାଣୀ ରାମ୍‌ପାଲଙ୍କ ଗୋଲ ବଳରେ ଭାରତ ଚତୁର୍ଥ ମ୍ୟାଚ୍‌ ଜିତିନେଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଆମେ ୩ ଗୋଲ ସ୍କୋର କରିଥିବାରୁ ଆମେ ବହୁତ ଖୁସୀ। ଏହି ଟୁରରୁ ଆମେ ଜାଣି ପାରିଛୁ, କେଉଁ ବିଭାଗରେ ଆମକୁ ଉନ୍ନତି ଦରକାର। ଦଳ ଶୀଘ୍ର ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିପାରୁଛୁ ବୋଲି ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ଆସନ୍ତା ୭ ତାରିଖରେ ଭାରତୀୟ ଦଳ ଘରକୁ ଗସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri