Categories: ଜାତୀୟ

ବିଜୟ କୁମାର ହୋଇପାରନ୍ତି ଉପରାଜ୍ୟପାଳ

ନୂଆଦିଲ୍ଲୀ,୧୦ା୮: କେନ୍ଦ୍ର ସରକାର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବିଜୟ କୁମାରଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିପାରନ୍ତି। ୧୯୭୫ ବ୍ୟାଚ୍‌ ତାମିଲନାଡୁ କ୍ୟାଡର ଆଇପିଏସ୍‌ ଅଫିସର ବିଜୟ କୁମାର ସମ୍ପ୍ରତି ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଥିଲେ। ସେହିପରି ଦସ୍ୟୁ ବୀରାପ୍ପାନଙ୍କୁ ନିପାତ କରିଥିବା ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ନେତୃତ୍ୱ ମଧ୍ୟ ସେ ନେଇଥିଲେ। ମାଓବାଦୀ ନିରୋଧୀ ବିଶେଷଜ୍ଞ ଭାବେ ତାଙ୍କର ବିଶେଷ ଅନୁଭୂତି ରହିଛି। ତେଣୁ କେନ୍ଦ୍ର ସରକାର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିପାରନ୍ତି ବୋଲି କୁହାଯାଉଛି। ଏହି ଦୌଡ଼ରେ ୧୯୭୬ ବ୍ୟାଚ୍‌ କେରଳ କ୍ୟାଡର ଆଇପିଏସ୍‌ ଅଧିକାରୀ ତଥା ଗୋଇନ୍ଦା ବ୍ୟୁରୋ (ଆଇବି)ର ପୂର୍ବତନ ନିର୍ଦ୍ଦେଶକ ଦିନେଶ୍ୱର ଶର୍ମା ମଧ୍ୟ ଥିତ୍ବା କୁହାଯାଉଛି। ଦିନେଶ୍ୱର ବର୍ତ୍ତମାନ ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥ ଭାବେ କାର୍ଯ୍ୟରତ।

Share