Categories: ମେଟ୍ରୋ

ବିଜ୍ଞାପନ ପ୍ରଦାନ ନେଇ ମନ୍ତ୍ରୀ ରଖିଲେ ତଥ୍ୟ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ(ବିଶେଷ କରି ୬ ମାସ ପୂର୍ବରୁ) ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ବିଜ୍ଞାପନ ବାବଦରେ ଅର୍ଥ ପ୍ରଦାନ କରାଯାଇଥିଲା। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ନଂ-୧୨୪୮ର ଉତ୍ତର ଦେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉତ୍ତରରୁ ଜଣାପଡିଛି ଯେ, ୩୧ଟି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାକୁ ୬୦,୧୯,୪୪,୬୦୨ଟଙ୍କାର ବିଜ୍ଞାପନ ଦିଆଯାଇଛି। ସେହିପରି ୮୯ଟି ଛାପା ଗଣମାଧ୍ୟମକୁ ୨୬,୦୪,୫୯,୨୫୨ ଟଙ୍କା ଦିଆ ଯାଇଛି। ଏହିପରି ଭାବେ ସର୍ବମୋଟ ବିଜ୍ଞାପନ ବାବଦକୁ ୮୬,୨୪,୦୩,୮୬୧ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି।