ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ ଦୁଇଦିନ ମଧ୍ୟରେ ରାଜନୈତିକ ପାଣିପାଗ ଜୋର୍‌ ଧରିବ ବୋଲି ଦଳୀୟ ପ୍ରାର୍ଥୀମାନେ ମତ ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ ଏଥର ଶାସକ ଦଳରୁ ପୁନର୍ବାର ରୀତା ସାହୁ, ଭାଜପାରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ ପୁରୁଣା ମୁହଁରେ ବିଜେପୁର ଏକ ନୂଆ ଲଢ଼େଇ ଦେଖିବାକୁ ଯାଉଛି। ବିଜେପୁର ମାଟିରେ ପ୍ରସଙ୍ଗର ଅଭାବ ନାହିଁ। ହେଲେ ତାକୁ ନେଇ ଭୋଟ୍‌ ରାଜନୀତି କରିବାରେ ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଗତ ଦୁଇ ନିର୍ବାଚନ ପରି ଶାସକ ବିଜେଡି ନିଜ ପତିଆରା ବଜାୟ ରଖିବା ପାଇଁ ଚେଷ୍ଟା ଚଳାଇଛି। ସେହିପରି ଭାଜପା ସଂସଦୀୟ ଜନମତକୁ ବିଧାନସଭାରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ କରୁଛି। ଅପରପକ୍ଷେ ଏକଦା ଦୁଇ ଦଶନ୍ଧି ଧରି ବିଜେପୁରକୁ କବ୍‌ଜା କରିଥିବା କଂଗ୍ରେସ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ମନେ ହେଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଛାଡ଼ିଲେ କ’ଣ ପାଇଁ। ଏହି ପ୍ରସଙ୍ଗ ହିଁ ଦଳର ମୁଖ୍ୟ ଆୟୁଧ ବୋଲି ଭାଜପା ଜିଲା ସଭାପତି ଡା. ଅରୂପାନନ୍ଦ ସାହୁ କହିଛନ୍ତି। ଭାଜପା ପ୍ରାର୍ଥୀ ସନତ ଏବଂ ତାଙ୍କ ସମର୍ଥକ ତୃଣମୂଳ ସ୍ତରରେ ପରିଶ୍ରମ କରୁଛନ୍ତି। ମାତ୍ର ତାହା ଶାସକ ବିଜେଡି ତୁଳନାରେ ଆଖିଦୃଶିଆ ହେଉ ନ ଥିବା ଜଣାପଡ଼ିଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ଦଳୀୟ ଶିବିର ପୂର୍ବାପେକ୍ଷା ଚଳଚଞ୍ଚଳ ହୋଇଛି। ଆଗକୁ ପ୍ରତାପ ଷଡ଼ଙ୍ଗୀ, ସ୍ମୃତି ଇରାନୀଙ୍କ ଭଳି ନେତ୍ରୀଙ୍କୁ ଆଣି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ରାଜନୈତିକ ଅନୁପସ୍ଥିତି ଓ ବିଜେଡି ବିରୋଧୀ ଜନମତକୁ ଭାଜପା କେତେମାତ୍ରାରେ ଟାଣିପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ। ମୁଖ୍ୟମନ୍ତ୍ରୀ ବିଜୟୀ ହେବା ପରେ ଆସନଟି ଛାଡ଼ିଥିବାରୁ ଯେକୌଣସି ମତେ ବିଜୟୀ ହେବା ବିଜେଡ଼ିର ଏକମାତ୍ର ଲକ୍ଷ୍ୟ ରହିଛି। ଏତେସବୁ ପରେ ବି ବିଜେପୁରର ଭୋଟର ଉତ୍ସାହିତ ନ ଥିବା ଭଳି ଦେଖାଯାଇଛି। ନିୟମିତ ବ୍ୟବଧାନରେ ତୃତୀୟ ନିର୍ବାଚନ ନେଇ ସେମାନଙ୍କ ମଧ୍ୟରେ ରୋଷ ରହିଛି। ହେଲେ ରୋଷ ଶାସକ ଦଳକୁ ଯେ ବହୁଳ ଭାବେ ପ୍ରଭାବିତ କରିବ ତାହା ଜଣାପଡୁନାହିଁ।
ବରପାଲି ଅଞ୍ଚଳରେ ବିଜେଡି ଓ ଭାଜପା ଉଭୟଙ୍କ ରାଜନୈତିକ ଉପସ୍ଥିତି ବେଶ୍‌ ବାରି ହୋଇ ପଡୁଛି। ଅପେକ୍ଷାକୃତ ଅନୁନ୍ନତ ଅଞ୍ଚଳ ବୋଲାଉଥିବା ଗାଇସିଲେଟ୍‌ ବ୍ଲକର ଭୋଟ ଗତଥର ଅଧିକାଂଶ ବିଜେଡିକୁ ଯାଇଥିଲା। ହେଲେ ସେହି ପରମ୍ପରାକୁ ଭାଙ୍ଗିବା ପାଇଁ ଭାଜପା ନିଜର ଟାଣୁଆ ସଙ୍ଗଠକ ପ୍ରଦୀପ ପୁରୋହିତଙ୍କୁ ଗାଇସିଲେଟ ବ୍ଲକ ଦାୟିତ୍ୱ ଦେଇଛି। ଅପରପକ୍ଷେ ୨୦୧୮ ଉପନିର୍ବାଚନର ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶନିବାର ଭାଜପାରୁ ଇସ୍ତଫା ଦେବା ପରେ ଏବେ ରାଜନୈତିକ ପାଣିପାଗ ଟିକେ ଭିନ୍ନ ହେବାର ଲାଗୁଛି। ସ୍ବାଧୀନ ଭାବେ ଲଢ଼ି ୨୦୧୪ ନିର୍ବାଚନରେ ପ୍ରାୟ ୧୮ହଜାର ଭୋଟ୍‌ ପାଇଥିବା ଅଶୋକଙ୍କ ସମର୍ଥକ କାହାକୁ ଭୋଟ୍‌ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ମେ ମାସ ସାଧାରଣ ନିର୍ବାଚନଠାରୁ ଅଶୋକ ଏକ ପ୍ରକାର ଅସନ୍ତୁଷ୍ଟ ରହି ଆସୁଥିଲେ। ତେଣୁ ତାଙ୍କ ସମର୍ଥକଙ୍କୁ ଭାଜପା ପାଇଁ ପ୍ରଚାର କରିବା କିମ୍ବା ଭୋଟ ଦେବା ପାଇଁ ସେ ଉତ୍ସାହିତ କରିବେ ନାହିଁ। ଏହାର କେତେକାଂଶରେ ଫାଇଦା ଶାସକ ଦଳକୁ ହେବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାଜପା ପ୍ରାର୍ଥୀ ହୋଇ ସନତ ପ୍ରାୟ ୫୩ ହଜାରରୁ ଅଧିକ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ସେ ପାଇଥିବା ଭୋଟ୍‌ ଦୁଇଗୁଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସନତ କହିଛନ୍ତି। ଏସବୁ ପରେ ବି ବିଜେପୁରବାସୀ କାହାକୁ ମୁକୁଟ ପିନ୍ଧାଇବେ ତାହା ଇଭିଏମ ଗଣତି ପରେ ହିଁ ଜଣାପଡ଼ିବ।
ସେହିପରି ୨୦୧୮ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଏବେ ବିଜେଡ଼ିରେ। ଯେଉଁ ରୀତାଙ୍କ ବିରୋଧରେ ସେ ଲଢ଼ିଥିଲେ, ଏବେ ତାଙ୍କରି ପାଇଁ ଗାଇସିଲେଟ୍‌ରେ ଭୋଟ୍‌ ମାଗୁଛନ୍ତି। ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠଙ୍କୁ ଦଳ ଟିକେଟ୍‌ ଦେଇନାହିଁ। ତାଙ୍କ ଅସନ୍ତୋଷ ଦାଣ୍ଡରେ ପଡ଼ି ହାଟରେ ଗଡ଼ି ସାରିଲାଣି। ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ମାନଭଞ୍ଜନ କଲାପରେ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ରିପୁ କହିଛନ୍ତି। ହେଲେ ରିପୁଙ୍କ ପ୍ରଚାର କଂଗ୍ରେସର ପୁରୁଣା ଭୋଟ୍‌ବ୍ୟାଙ୍କ ଫେରାଇ ଆଣିବାରେ କେତେ ସହାୟକ ହେଉଛି, ତାହା ଫଳାଫଳ ହିଁ କହିବ। ସ୍ଥାନୀୟ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ରିପୁ ଅନୁସୂଚିତ ଜାତି(ଏସ୍‌ସି) ହୋଇଥିବାରୁ ତାଙ୍କର ଏକ ନିଜସ୍ବ ଭୋଟ୍‌ବ୍ୟାଙ୍କ ରହିଥିଲା। ହେଲେ ଚଳିତଥର ପ୍ରାର୍ଥୀ ବଦଳାଇ ଦିଲୀପଙ୍କୁ ପ୍ରାର୍ଥୀ କରାଯାଇ ଥିବାରୁ ସେହି ଭୋଟ୍‌ ଅନ୍ୟଦଳକୁ ଚାଲିଯିବା ସମ୍ଭାବନା ରହିଛି। ବିଶେଷ ଭାବେ ୭ରୁ ୮ହଜାର ଭୋଟ୍‌ ଯେଉଁ ଦଳକୁ ଯିବ, ତାହା ବିଜୟ/ପରାଜୟର ବ୍ୟବଧାନ ବୃଦ୍ଧି/ହ୍ରାସରେ ସହାୟକ ହେବ ବୋଲି ସମୀକ୍ଷକ କହିଛନ୍ତି।
ଚିଦାନନ୍ଦ ଜେନା

-ସହାୟତା
ପ୍ରେମାନନ୍ଦ ଖମାରୀ, ମେଘନାଦ ସାହୁ, ରାଜେଶ୍ୱର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri