ବିଜେପୁରରେ ବିଜେଡିର ମହିଳା ସମାବେଶ : ଏଯାବତ୍‌ ଘୋଷଣା ହୋଇନାହିଁ ଦଳୀୟ ପ୍ରାର୍ଥୀଙ୍କ ନାମ

ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲା ବିଜେପୁରରେ ଶୁକ୍ରବାର ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ନୂଆଖାଇ ଭେଟ୍‌ଘାଟ ଅବସରରେ ଏହି ସମାବେଶ ଆୟୋଜନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ବିଜେପୁର ଉପନିର୍ବାଚନ ଥିବାବେଳେ ବିଜେଡିର ଦଳୀୟ ପ୍ରାର୍ଥୀଙ୍କ ନାମ ଏଯାବତ୍‌ ଘୋଷଣା ହୋଇ ନାହିଁ । ଅନ୍ୟପକ୍ଷରେ ବିଜେପୁରରେ ବିଜେଡିର ଏଭଳି ସମାବେଶ ରାଜନୈତିକ ଦୃଷ୍ଟିକୋଣରୁ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ରୀତା ସାହୁ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ମାନିନୀ ସାହୁ ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଛନ୍ତି।