ବିଜେଡିର ପ୍ରତିଷ୍ଠା ଦିବସରେ ବିନା ହେଲମେଟରେ ବାଇକ ରାଲି: ଟ୍ବିଟ୍‌ ପରେ ଆକ୍ସନମୁଡ୍‌କୁ ଆସିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବିଜେଡି ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ଏକାଧିକ କର୍ମି ମାଷ୍ଟରକ୍ୟାଣ୍ଟିନ ଛକରୁ ବିଜେଡି ପାର୍ଟି ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଏକାଧିକ କର୍ମୀମାନେ ବିନା ହେଲମେଟରେ ବିଶାଳ ବାଇକ ରାଲିରେ ସହର ଛାତି ଉପରେ କାନ ଫଟା ହର୍ଣ୍ଣ ବଜାଇ ଯାଇଥିଲେ। ଆଇନି ସମସ୍ତଙ୍କ ପାଇଁ ସାମନ। ଣ ପାଇଁ ଦଳୀୟ କର୍ମୀମାନେ ବାଇକରେ ଗଲା ବେଳେ ହେଲମେଟ ପିନ୍ଧିବେ ନାହିଁ ବୋଲି ଅନେକ ଯୁବବର୍ଗ ଟ୍ବିଟ୍‌ରେ କମିଶନରେଟ ପୋଲିସକୁ ପଚାରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଶଢଙ୍ଗୀ କହିଛନ୍ତି ଯେ, ବିନା ହେଲେମେଟରେ ରାଜଧାନୀରେ ରାଜନେଅତିକ ଦଳର ବାଇକ ରାଲି କରିବା ଘଟଣାରେ ସିସିଟିଭି ଟିଭି ଆଧାରରେ ଯାଞ୍ଚ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଂଘନ କରି ବିନା ହେଲମେଟରେ ବାଇକରେ ଯାଇଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ବିଭିନ୍ନ ରାଜନୈତିକ ଦଳ ବାଇକ ରାଲି ସମୟରେଏଭଳି ନିୟମ ଉଲ୍ଲଂଘନ ଏକ ବଡ ସମସ୍ୟାଭାବେ ସାମ୍ନାକୁ ଆସିଛି। ଭବିଷ୍ୟତରେ ଏହାର ମୁକାବିଲା କରିବାକୁ ବ୍ୟବସ୍ଥ କରାଯିବ ବୋଲି ସେ କହିଛନ୍ତି।

ହେଲେ ଶାସକ ଦଳର କର୍ମୀମାନେ ଏଭଳି ବିନା ହେଲମେଟରେ ଚାଲିରେ ଯିବାକୁ ନେଇ ଟ୍ବିଟ୍‌ରେ ତୀବ୍ର ପ୍ରତିକ୍ରିୟା କରାଯାଉଛଉି। ଓମ୍‌ପ୍ରକାଶ ପଟ୍ଟନାୟକ ନାମକ ଯୁବକ ଟ୍ବିଟ୍‌ କରିଛନ୍ତି ଯେ, ବିନା ହେଲମେଟରେ ବାଇକରେ ଦଳିଅ ପତାକା ଲଗାଇ ଏକାଧିକ କର୍ମୀ ରାଲିରେ ରାଉଛନ୍ତି। ସେମାନଙ୍କୁ ଏଜି ଛକରେ ଟ୍ରାଫିକ ପୋଲିସ ଅଟକାଇଲା ନାହିଁ। ବରଂ ସାଧାରଣ ଲୋକଙ୍କୁ ଅଟକାଇ ଏମାନଙ୍କ ଛଡା ଗଲା କଣ ପାଇଁ ବୋଲି ସିପିଙ୍କଚ ପ୍ରଶ୍ନ କରିଛନ୍ତି।

ଏନେଇ ବିଶ୍ୱଜିତ୍‌ ନାମରେ ଜଣେ ଯୁବକ ଟ୍ବିଟ୍‌ କରିଛନ୍ତି ଯେ, ସୋସିଆଲ ମିଡିଆରେ ଓଲିଉଡ଼୍‌ ହିରୋ ବାବୁ ସାନ ବିନା ହେଲମେଟରେ ବାଇକ ଚଲାଉଥିବାରୁ ତାଙ୍କୁ ହଜାର ଟଙ୍କା ଜରିମାନା କରାଯାଇଥିଲା। ତେଣୁ ଏହି କ୍ଷେତ୍ରରେ ବିନା ହେଲମେଟରେ ରାଲିରେ ଯାଇଥିବା ଶାସକ ଦଳୀର କର୍ମୀମାନଙ୍କୁ ବିରୋଧରେ ଜରିମାନା କେବେ ହେବ ବୋଲି କମିଶନ୍‌ରେଟ ପୋଲିସକୁ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri