ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୧୦ା୬-ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ରେ ରବିବାର ନବମ ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ୮ ଦଳ ଭାଗ ନେଇଛନ୍ତି। ଗ୍ରୁପ୍‌ -ଏ’ରେ ୪ଟି ଦଳ ଯଥା ୟୁ ଆଣ୍ଡ ମି ବାଲେଶ୍ୱର, ଖଲ୍ଲିକୋଟ ଉଇଜାର୍ଡ଼, ଭୁବନେଶ୍ୱର ରାମେଶ୍ୱର କ୍ରିକେଟ କ୍ଲବ ଏବଂ ବ୍ରହ୍ମପୁର ରାମେଶ୍ୱର ସ୍ପୋର୍ଟିଂ କ୍ଲବ ରହିଛି। ସେହିଭଳି ଗ୍ରୁପ୍‌-ବି’ରେ ୪ଟି ଦଳ ଯଥା ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂ କ୍ଲବ, ବ୍ରହ୍ମପୁର ୟୁନିୟନ୍‌ କ୍ରିକେଟ କ୍ଲବ, ନବରଙ୍ଗପୁର କ୍ରିକେଟ କ୍ଲବ ଏବଂ ବ୍ରହ୍ମପୁର ଆଲ୍‌ଫା ସ୍ପୋର୍ଟିଂ କ୍ଲବ ରହିଛି । ରବିବାର ପ୍ରଥମ ମ୍ୟାଚ୍‌ ୟୁ ଆଣ୍ଡ ମି ବାଲେଶ୍ୱର ଏବଂ ଖଲ୍ଲିକୋଟ ଉଇଜାର୍ଡ଼ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଲେଶ୍ୱର ଦଳ ୧୮୫ରନ୍‌ କରିଥିଲା । ଦଳ ତରଫରୁ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ସର୍ବାଧିକ ୮୫ରନ୍‌ ଏବଂ ଜାମିଲା ଭଞ୍ଜନ ମହାପାତ୍ର ୪୯ରନ୍‌ କରିଥିଲେ। ଜବାବରେ ଖଲ୍ଲିକୋଟ ଦଳ ମାତ୍ର ୧୩୩ରନ୍‌ କରି ପରାସ୍ତ ହୋଇଥିଲା। ବାଲେଶ୍ୱର ତରଫରୁ ଜାମିଲା ଭଞ୍ଜନ ମହାପାତ୍ର ୨ଉଇକେଟ୍‌ ନେଇଥିଲେ। ତାଙ୍କର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିଲା। ଆମ୍ପାୟର୍‌ ଭାବେ ଡି. ସାଇ ଏବଂ ସୁଶାନ୍ତ ପଣ୍ଡା ଖେଳ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଦ୍ୱିତୀୟ ମ୍ୟାଚ୍‌ ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂ କ୍ଲବ ଏବଂ ବ୍ରହ୍ମପୁର ୟୁନିୟନ୍‌ କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଆୟୋଜିତ ଉଦ୍‌ଘାଟନ ଉତ୍ସବରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଆଇନଜୀବୀ ସଞ୍ଜିତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ଆୟୋଜକ ଆଲ୍‌ଫା ସ୍ପୋର୍ଟିଂ କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ସଂଯୋଜକ ଜଗନ୍ନାଥ ମିଶ୍ର, ଆୟୋଜନ ସମ୍ପାଦକ ସୁରେନ୍ଦ୍ର କୁମାର ମହାରଣାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri